ଭାରସାମ୍ୟ ହରାଇ ଓଲଟିଲା ପେଟ୍ରୋଲ ‍ବୋଝେଇ ଟ୍ୟାଙ୍କର: କିଏ ବାଲ୍ଟିରେ ତ କିଏ ବାସନ ଆଣି ବୋହି ନେଲେ

ସୁବର୍ଣ୍ଣପୁର(କେନ୍ଯୁଜ): ଭାରସାମ୍ୟ ହରାଇ ଓଲଟିଲା ପେଟ୍ରୋଲ ‍ବୋଝେଇ ଟ୍ୟାଙ୍କର। ଦୁର୍ଘଟଣାରେ ଗାଡି ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଝାରସୁଗୁଡ଼ାରୁ କୋରାପୁଟ ଲକ୍ଷ୍ମୀପୁର ଅଭିମୁଖେ ଯାଉଥିବା ସମୟରେ, ରାସ୍ତା ଖରାପ ଥିବାରୁ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା କୁହାଯାଇଛି ।

ତେବେ ଟ୍ୟାଙ୍କରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ପେଟ୍ରୋଲ ରାସ୍ତାରେ କଡ଼ରେ ଥିବା ବିଲରେ ଢ଼ାଳି ହୋଇ ଯାଇଥିଲା। ତାପରେ ଲୋକଙ୍କ ଖୁସି କହିଲେ ନସରେ। କାହାର ସର୍ବନାଷ ତ କାହାର ପୁଷମାସ ଭଳି ପୋଲିସ ଉପସ୍ଥିତିରେ ପେଟ୍ରୋଲକୁ ଲୋକମାନେ ବୋହି ନେଇ ଯାଇଥିଲେ। କିଏ ବାଲ୍ଟି , ଡବାରେ ତ କିଏ ଘରୁ ବାସନ କୁସନ ଧରି ଆଣି ବୋହି ନେଇଥିଲେ ପେଟ୍ରୋଲ।

ତେବେ  ଦୁଇଟି କ୍ରେନ ସାହାଯ୍ୟରେ ଗାଡ଼ି ଉଠାଇବାକୁ ଚେଷ୍ଟା କରାଯାଉଛି। ଯାହା ସୂଚନା ମିଳିଛି  ସୁବର୍ଣ୍ଣପୁର ବରପାଲ୍ଲି ମୁଖ୍ୟରାସ୍ତାର ଦାନୀପାଲି ଛକରେ ଏହି ଦୁର୍ଘଟଣା ଘଟିଛି ବୋଲି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.