ସରକାରୀ କ୍ୱାର୍ଟର୍ସରୁ ମିଳିଲା ଫାର୍ମାସିଷ୍ଟଙ୍କ ମୃତଦେହ, ପ୍ରେମ ବ୍ୟାପାର ସନ୍ଦେହ
ମୋହନା : ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ଜୀବନ ହାରିଥିବା ଅଭିଯୋଗ । ଗଜପତି ଜ଼ିଲ୍ଲା ଖଜୁରୀପଦା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଷ୍ଟାଫ କ୍ୱାର୍ସରୁ ଜଣେ ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ମୃତକ ହେଲେ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଗଣେଶ ବେହେରା ।
ସୂଚନା ଅନୁସାରେ ଗତକାଲି ଗଣେଶ ରାତି ପ୍ରାୟ ୯ଟା ସମୟରେ ଡ୍ୟୁଟି ସାରି ରହୁଥିବା ସରକାରୀ ବାସଭବନକୁ ଆସିଥିଲେ । ଆଜି ସକାଳେ ସହକର୍ମୀ ମାନେ ଗଣେଶ ରହୁଥିବା କ୍ୱାର୍ଟର୍ସର କବାଟ ବାଡେଇଥିଲେ । ଭିତର ପଟୁ କବାଟ ନ ଖୋଲିବାରୁ କବାଟକୁ ଭାଙ୍ଗି ଦେଖିବା ବେଳେ ଗଣେଶଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ଖବର ପାଇ ଖଜୁରୀପଦା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ପ୍ରେମ ବ୍ୟାପାରକୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି l ଗଣେଶ ବର୍ଷେ ହେବ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଥିବା ୧୦୮ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ।