ଅନୁଗୁଳ: ବାଃରେ ବ୍ୟବସ୍ଥା, କେଉଁଠି ଶବକୁ ମିଳୁନି ମହାପ୍ରୟାଣ, କେଉଁଠି ବୁହାଚାଲୁଛି ପନିପରିବା

ଅନୁଗୁଳ(କେନ୍ୟୁଜ୍):  ଶବକୁ ସମ୍ମାନ ଦେବାକୁ ସରକାର ଶବବୁହା ଗାଡ଼ି ‘ମହାପ୍ରୟାଣ’ର ବ୍ୟବସ୍ଥା କରିଛନ୍ତି। କିନ୍ତୁ  ଦୁଭର୍ଭାଗ୍ୟର କଥା ଏହି ଗାଡିରେ ବୁହା ଚାଲିଛି ପରିବା। ସୋସିଆଲ ମିଡିଆରେ ଏବେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଦୃଶ୍ୟଟି  ଅନୁଗୁଳ ଜିଲ୍ଲାର ବୋଲି ଜଣା ପଡିଛି। ଫଟୋରେ ଜଣା ପଡୁଛି ଯେ ଗଡିଟିରେ କଦଳୀ ଓ ପନିପରିବା ବୁହା ହେଉଛି। ତେବେ ଏହି ‘ମହାପ୍ରୟାଣ’ ଗାଡ଼ି ଅନୁଗୁଳର ନୁହଁ ବରଂ କଟକର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ ମହାପ୍ରୟାଣ ଗାଡିଟି କଟକରୁ ଶବ ଧରି ଅନୁଗୁଳ ଆସିଥିଲା। ସେଠରେ ଗାଡିର କର୍ମଚାରୀ କିଛି ଅଧିକ ରୋଜଗାର ପାଇଁ ଅନୁଗୁଳର ଜଗନ୍ନାଥ ମନ୍ଦିର ନିକଟରୁ କିଛି ପରିବା ବିକାଳୀଙ୍କ ପନିପରିବାକୁ ଗାଡିରେ ବୋହି ନେଉଥିବା ବେଳେ କେହି ଜଣେ ଏହି ଫଟୋକୁ ଉଠାଇଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲଗିଛି। ତେବେ କେତେକ ଜାଗାରେ ଶବ ବୋହିବା ପାଇଁ ଗାଡି ଠିକ ସମୟରେ ପହଞ୍ଚୁନଥିବା ବେଳେ ଅନୁଗୁଳର କିଭଳି ଏହି ମହାପ୍ରୟାଣ ଗାଡିରେ ଏଭଳି କାର୍ଯ୍ୟ କରାଯାଉଛି ତାହାକୁ ନେଇ ବୁଦ୍ଧିଜୀବୀମାନ କ୍ଷୁବ୍ଧ ହୋଇଛନ୍ତି।

 

 

 

 

Leave A Reply

Your email address will not be published.