କିଟ୍‌ର ରୌପ୍ୟ ଜୟନ୍ତୀ: କିଟ୍ ଓ କିସ୍‌ର ସଫଳ କ୍ରୀଡ଼ାବିତଙ୍କ ସଂପର୍କରେ ଫଟୋଚିତ୍ର ହେଲା ପ୍ରଦର୍ଶିତ

କେନ୍ୟୁଜ୍(ବ୍ୟୁରୋ): କିଟ୍‌ର ରୌପ୍ୟ ଜୟନ୍ତୀ ବର୍ଷ ଅବସରରେ କିଟ୍ ପକ୍ଷରୁ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ  ହାତକୁ ନିଆଯାଇଛି। ଏହି କ୍ରମରେ କିଟ୍‌ର ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦର୍ଶନୀର ଆୟୋଜନ କରାଯାଇଥିବା ବେଳେ ଆଜି କିଟ୍ କ୍ରୀଡ଼ା ବିଭାଗ ପକ୍ଷରୁ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି। ଦୁଇଦିନ ବ୍ୟାପୀ ଚାଲିବାକୁ ଥିବା ଏହି ପ୍ରଦର୍ଶନୀକୁ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିଟ୍ ଓ କିସ୍‌ର କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ, କିଟ୍ ଛାତ୍ରୀ ତଥା ଜାତୀୟ ସୁଟର ଶ୍ରେୟଙ୍କା ଷଡ଼ଙ୍ଗୀ, କିସ୍ ଛାତ୍ରୀ ତଥା ଆଥ୍‌ଲେଟ ପୂର୍ଣ୍ଣିମା ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ।gaganendu

ଏହି ପ୍ରଦର୍ଶନୀରେ କିଟ୍ ଓ କିସ୍‌ରେ ରହିଥିବା କ୍ରୀଡ଼ା ଗ୍ରାମ, ସମସ୍ତ ଷ୍ଟାଡିୟମ ସମେତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗୀତାରେ କିଟ୍ ଓ କିସ୍‌ର ସଫଳ କ୍ରୀଡ଼ାବିତଙ୍କ ସଂପର୍କରେ ଫଟୋଚିତ୍ର ପ୍ରଦର୍ଶିତ ହୋଇଛି। କିଟ୍ ଓ କିସ୍‌ରେ ୩୭ଟି ବିଭିନ୍ନ କ୍ରୀ଼ଡାରେ ରହିଥିବା ପ୍ରଶିକ୍ଷଣ ଉପକରଣ ମଧ୍ୟ ପ୍ରଦର୍ଶିତ ହୋଇଥିଲା।

ବିଗତ ବର୍ଷଗୁଡ଼ିକରେ କିଟ୍‌ରେ ଆୟୋଜିତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗୀତାର ସଫଳ ଆୟୋଜନର ଫଟୋ ଦେଖିବାକୁ ମିଳିଥିଲା। ଏବେ ସୁଦ୍ଧା କିଟ୍ ଓ କିସ୍‌ରୁ ୫ହଜାର ୧୩୬ଜଣ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀ଼ଡାବିତ ସୃଷ୍ଟି ହୋଇପାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.