ମାଟ୍ରିକ୍ ପାସ୍ କଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ରଖିଲେ ୭୨% ମାର୍କ; କହିଲେ ଆଗକୁ ଆହୁରି ପାଠପଢ଼ିବି

ଫୁଲବାଣୀ (କେନ୍ୟୁଜ): ଆଜି ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଘରେ ଖୁସିର ଲହରୀ । ବିଧାୟକ ୭୨ ପ୍ରତିଶତ ମାର୍କ ରଖି ମାଟ୍ରିକ ପାସ କରିଛନ୍ତି ।ସେ ଚଳିତ ୨୦୨୨ ଏସଆଇଓଏସରେ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ଆଜି ତାଙ୍କ ରିଜଲ୍ଟ ବାହାରିଲାପରେ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି , ସେ ମୋଟ ୫୦୦ ମାର୍କ ପରୀକ୍ଷାରୁ ୩୬୪ ମାର୍କ ଆଣି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଓ ବି-1 ଗ୍ରେଡ ପାଇଛନ୍ତି । ଆଗକୁ ଆହୁରି ପାଠ ପଢା ଜାରି ରଖିବେ ବୋଲି କହିଛନ୍ତି ।

ଏଥିସହ ସେ ପରୀକ୍ଷା ଦେଇଥିବା ରୁଜାଙ୍ଗୀ ପରୀକ୍ଷା କେନ୍ଦ୍ର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ବାସା ଓ ସହକାରୀ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାପରେ ସେ ଆଗକୁ ମଧ୍ୟ ପାଠପଢା ଜାରି ରଖିବେ ବୋଲି କହିଛନ୍ତି । ପାସ୍ ହେବା ପରେ ବିଧାୟକ କହଁର ସାଙ୍ଗସାଥି, ଦଳୀୟ କର୍ମୀ, ପରିବାର ଲୋକଙ୍କ ମଧରେ ଖୁସିର ଲହରୀ ଖେଳିଯାଇଛି । ବିଧାୟକ ବି ସମସ୍ତଙ୍କୁ ମିଠା ଖୁଆଇ ଖୁସି ମନାଇଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.