ସରଳ ଜୀବନ ଶୈଳୀ ପାଇଁ ଚର୍ଚ୍ଚାରେ ଫୁଲବାଣୀ ବିଧାୟକ, ସକାଳ ହେଲେ କୋଡି କୋଦାଳ ଧରି ବାହାରି ପଡନ୍ତି ବିଲକୁ

ଫୁଲବାଣୀ(କେନ୍ଯୁଜ୍): ମୁଁ ଆଗେ ଚାଷୀ ପରେ ବିଧାୟକ , ଏପରି କହିଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ବିଧାୟକ ହେଲାପରେ ସହରର ଚାକଚକ୍ଯ ଓ ଭୋଗବିଳାସକୁ ଛାଡି ନିଜ କୌଳିକ ବୃତି ଚାଷ କାର୍ଯ୍ଯକୁ ଆପଣାଇ ନିଜ ଗ୍ରାମ ଆଦିବାସୀ ଅଧ୍ୟୁଷିତ ପକାରୀରେ ନିରାଡମ୍ବର ଜୀବନ ଯାପାନ କରୁଛନ୍ତି ବିଧାୟକ ଅଙ୍ଗଦ ବାବୁ । ସେ ନିଜେ ନୁହେଁ ଘରେ ସ୍ତ୍ରୀ ଓ ପିଲାମାନଙ୍କୁ ମଧ୍ୟ ଏହି ଶିକ୍ଷା ଦେଇ ଆଦର୍ଶ ଓ ଉଦାହରଣ ପାଲଟିଛନ୍ତି ଫୁଲବାଣୀ ବିଧାୟକ ।

ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଘର କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପକାରୀ ଗ୍ରାମରେ । ସକାଳ ହେଲେ କୋଡି କୋଦାଳ ଓ ଲଙ୍ଗଳ ଧରି ପିଲାମାନଙ୍କୁ ସାଙ୍ଗରେ ଧରି ବିଲକୁ ବାହାରି ପଡନ୍ତି ଫୁଲବାଣୀର ବିଧାୟକ ଅଙ୍ଗଦ କହଁର। ବୟସ ୫୯ ବର୍ଷ । ଶିକ୍ଷାଗତ ଯୋଗ୍ଯତା ୧୦ମ। ସାଧାରଣ କୃଷକ ପରି ବିଲରେ ହଳ କରିବା, ମାଟି ହାଣିବା ଭଳି ସେ କାର୍ଯ୍ଯ କରନ୍ତି । ଭୁଲିଯାନ୍ତି ସେ ଜଣେ ବିଧାୟକ । ବିଧାୟକ ହେଲେ ମଧ୍ୟ ସେ ଭୋଗ ବିଳାସ ଠାରୁ ଦୂରରେ ରହି ସାଧାରଣ ଜୀବନ ଜାପାନ କରନ୍ତି । ସେ ଜଣେ ସରଳ , ନିଷ୍କପଟ କର୍ମଠ ମଣିଷ ।

ଘର କହିଲେ ବାପା ଜେଜେବାପା ଅମଳର ପଟାବାଡିଆ କାନ୍ଥ ଥିବା ମାଟି ଘର। ଘରେ ସ୍ତ୍ରୀ, ଚାରି ପୁଅ ବୋହୁ ନତିନାତୁଣୀ । ଦୁଇ ଝିଅ ବାହା ହୋଇ ଶାଶୁ ଘରକୁ ଚାଲିଗଲେଣି । ବଡପୁଅ ହରେକୃଷ୍ଣ +2 ପରେ ପାଠ ଛାଡି ଘରେ ଚାଷ କାମ କରୁଛନ୍ତି ।ତାକୁ ସାହାର୍ଯ୍ଯ କରୁଛନ୍ତି ଅନ୍ଯ ୩ ଭାଇ । ସ୍ତ୍ରୀ ସୁକାନ୍ତି ମଧ୍ୟ ଜଣେ ସାଧାରଣ ଗୃହିଣୀ , ହେଲେ ବିଧାୟକଙ୍କ ସ୍ତ୍ରୀ ବୋଲି କେବେ ଗର୍ବ କରିନାହାନ୍ତି । ସାଧାରରଣ ମହିଳାପରି ସକାଳୁ ଚାଲିଯାନ୍ତି ସ୍ବାମୀଙ୍କୁ ସାହାଯ୍ଯ କରିବାକୁ ବିଲକୁ । ଆଉ ଯେବେ ଚାଷ ବାସ ନଥାଏ ସେଦିନ ଚାଲିଯାନ୍ତି ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ ପାଇଁ। ଘରେ ଚାକର ବାକର ନାହାନ୍ତି । ତେଣୁ ସବୁ କମ ତାଙ୍କୁ ହିଁ କରିବାକୁ ପଡେ। ତା ସହିତ ଖଲି , ଦନା ସିଲେଇ କରି ବର୍ଷ ସାରା ନିଜ ବ୍ଯବହାର ପାଇଁ ସାଇତି ରଖିଥାନ୍ତି । ସେହି ଖଲିପତ୍ରରେ ବିଧାୟକଙ୍କ ସହ ସମସ୍ତଙ୍କୁ ଖାଇବାକୁ ଦିଅନ୍ତି । ସହରୀ ଚାକଚକ୍ଯ ଓ ବିଧାୟକଙ୍କ କ୍ଷମତା ଠାରୁ ଦୂରର ରୁହନ୍ତି ସ୍ତ୍ରୀ ସୁକାନ୍ତି କହଁର ।

farm

ସେ ପ୍ରଥମ ଥର ପାଇଁ ୧୯୮୫ ରେ ରାଜନୀତି ରେ ପାଦ ଦେଇ ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଞ୍ଚାଯତ ର ସରପଞ୍ଚ ଭାବେ ର୍ନିବାଚିତ ହୋଇଥିଲେ । ୪ଥର ସରପଞ୍ଚ , ଗୋଟିଏ ଥର ବ୍ଲକ ଅଧକ୍ଷ୍ୟ ଓ ଜିଲ୍ଲା ପରିଷଦ ମେମ୍ବର ଓ ଥରେ ଲ୍ଯାମ୍ପର ସଭାପତି ହୋଇଥିଲେ । ତାଙ୍କ ୩୫ ବର୍ଷ ର ରାଜନୈତିକ କେରିୟର ମଧ୍ୟ ରେ ସେ ୧୯୮୫ ରେ ଲଗାତର ୩ ଥର କ୍ରାଣ୍ଡିବାଲି ସରପଞ୍ଚ ,୧୯୯୪ ରୁ ୨୦୦୦ ଲ୍ଯାମ୍ପ ସଭାପତି , ୨୦୦୨ ରୁ ୨୦୦୭ ଫିରିଙ୍ଗିଆ ବ୍ଲକ ଅଧକ୍ଷ୍ୟ ୨୦୧୨ ରୁ ୨୦୧୭ ଜିଲ୍ଲା ପରିଷଦ ମେମ୍ବର ,ତାପରେ ପୁଣି ନିଜ ଗ୍ରାମରେ ସରପଞ୍ଚ ଭାବେ ର୍ନିବାଚିତ ହୋଇ କାର୍ଯ୍ଯ କରୁଥିବା ବେଳେ ବିଜେଡ଼ି ଦଳ ପକ୍ଷରୁ ତାଙ୍କୁ ବିଧାୟକ ଟିକଟ ପାଇ ଫୁଲବାଣୀ ବିଧାନ ସଭା ଆସନରେ ବିଜୟୀ ହୋଇ ର୍ନିବାଚିତ ହୋଇଥିଲେ ।

ବିଧାୟକ ଏହି ସବୁ କାର୍ଯ୍ଯ ପରେ ବି ନିଜ ରାଜ କାର୍ଯ୍ଯ କୁ ଭୁଲିନାହାନ୍ତି । ବିଲରୁ ଆସିଲେ ଗାଧୋଇ ପଧୋଇ କଣ ଦିଟା ଖାଇ ବାହାରି ପଡନ୍ତୀ ଲୋକଙ୍କ ସେବାରେ । ଗାଁ ଗାଁ ବୁଲି ଲୋକଙ୍କ ସମସ୍ଯା ବୁଝନ୍ତି ,ରାତି ପର୍ଯ୍ଯନ୍ତ ଚାଲେ ବିଧାୟକ ଏହି କାର୍ଯ୍ଯ । ଯଦି କୁଆଡେ ବିଧାୟକ ଙ୍କ ଗସ୍ତ ନାହି ଘରେ ବସି ଲୋକଙ୍କ ସୁବିଧା ଅସୁବିଧା କଥା ଓ ଗ୍ରାମାଞ୍ଚଳ ରୁ ଆସିଥିବା ଲୋକଙ୍କ ସମସ୍ଯା କଥା ବୁଝନ୍ତି । ଗାଁ ରେ ଗ୍ରାମବାସୀ ଙ୍କ ସହ ପୂର୍ବ ପରି ବସାଉଠା କରି ଦୁଖ ସୁଖ ର ସାଥି ହୋଇ ଥାନ୍ତି ବିଧାୟକ ଅଙ୍ଗଦ ବାବୁ ।

ବର୍ତମାନ ଯୁଗରେ ଅଙ୍ଗଦ ବାବୁଙ୍କ ପରି ବିଧାୟକ ମିଳିବା ବିରଳ । ସରଳ ନିଷ୍କପଟ ଓ କାର୍ଯ୍ଯ କରିବାର ଶୈଳୀ ପାଇଁ ସେ ଆଜି ସମସ୍ତଙ୍କ ପାଇଁ ଆଦର୍ଶ ଓ ଉଦାହରଣ ପାଲଟିଛନ୍ତି ।

ଫୁଲବାଣୀରୁ କ୍ଯାମେରା ମ୍ଯାନ ସାଗର ପାଢୀଙ୍କ ସହ ଅଜିତ୍ ମହାରଣା, କେନ୍ଯୁଜ୍ 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.