ରାଜ୍ୟରେ ପୁଣି ଫେରିଲା ଶୀତ, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଶୀତ ଅନୁଭୂତ । ଦିନକରେ ତାପମାତ୍ରା ପାଖାପାଖି ୭ ଡିଗ୍ରୀ ପର୍ଯ୍ୟନ୍ତ ଖସିଛି । ବଲାଙ୍ଗିରରେ ରାତି ତାପମାତ୍ରା ସର୍ବାଧିକ ୭.୪ ଡିଗ୍ରୀ ଖସିଛି । ସୋପୁରରେ ୬.୬, ଭୁବନେଶ୍ୱରରେ ୫,୨ ଓ କଟକରେ ରାତି ତାପମାତ୍ରା ୪.୪ ଡିଗ୍ରୀ ଖସିଥିବା ଜଣାପଡ଼ିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଛି ।

ଝାରସୁଗୁଡ଼ାରେ ୮.୬ ଓ ଦାରିଂବାଡିରେ ୧୦ ଡିଗ୍ରୀ ରେକର୍ଡ ହୋଇଛି । ୨୪ ତାରିଖ ପରଠାରୁ ୩ରୁ ୪ ଦିନ ପର୍ଯ୍ୟନ୍ତ ତାପାମାତ୍ରା ପ୍ରାୟ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଫଳରେ ଶୀତର ପ୍ରକୋପ କମିବ ।ଏପଟେ ଆଜି କଟକ ଭୁବନେଶ୍ୱରରେ ଘନ କୁହୁଡି ଦେଖିବାକୁ ମିଳିଛି । ଘନ କୁହୁଡିର ଚାଦରରେ ଘୋଡେଇ ହୋଇଥିଲା ଦୈତନଗରୀ । ୧୦ ମିଟର ଦୂରକୁ କିଛି ଦେଖାଯାଉନଥିଲା । ଫଳରେ ଗାଡି ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.