ଭାରସାମ୍ୟ ହରାଇ ଖସିଲା ପିକଅପ୍ ଭ୍ୟାନ , ଜଣେ ମୃତ, ୩ ଗୁରୁତର

କେନ୍ଦ୍ରାପଡା (କେନ୍ଯୁଜ୍) : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ପିକଅପ୍‌ ଭ୍ୟାନ । ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି । କେନ୍ଦ୍ରାପଡା ପାଟକୁରା ଥାନା ପହଣା ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ଭରତ ଚନ୍ଦ୍ର ମଲ୍ଲିକ୍‌ । ଅନ୍ୟ ୩ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।