ଗୋରୁ ନେଇ ଯାଉଥିବା ଗୋଟିଏ ପିକ ଅପ ଭ୍ୟାନ୍ ଜବତ, ଡ୍ରାଇଭର ଫେରାର

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦ୍ୱାରା ବେଆଇନ ଭାବେ ଗୋରୁ ନେଇ ଯାଉଥିବା ଗୋଟିଏ ପିକ ଅପ ଭ୍ୟାନ୍ ଜବତ ହୋଇଛି । ଗତକାଲି ରାତିରେ ଗୋଟିଏ ପିକ ଅପ ଭ୍ୟାନ୍ 7 ଗୋରୁ ବେଆଇନ ଭାବେ ନେଇ ଯାଉଥିବା ବେଳେ ଗୁଜି ଦରଡ଼ା ଠାରେ ଗ୍ରାମାଞ୍ଚଳ ପୋଲିସ ଟିମ ପିକ ଅପ ଭ୍ୟାନ୍ କୁ ଅଟକାଇ ଥିଲେ । ସେଥିରେ ଥିବା 7 ଗୋରୁଙ୍କୁ ଉଦ୍ଧାର କରିବା ସହିତ ଗାଡିକୁ ଜବତ କରିଛି ପୋଲିସ । କିନ୍ତୁ ଡ୍ରାଇଭର ଫେରାର ହୋଇ ଯାଇଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।