ଢେଙ୍କାନାଳ:ଜରଡା ଘାଟିରୁ ୨୦ ଫୁଟ ତଳକୁ ଖସିଲା ପିକ୍‌ଅପ ଭ୍ୟାନ, ଡ୍ରାଇଭର ମୃତ

ଢେଙ୍କାନାଳ(କେନ୍ୟୁଜ୍):  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡାହାଡ଼-ଗଡ଼ପଳାଶୁଣି ରାସ୍ତାର ଜରଡା ଘାଟିରୁ ୨୦ ଫୁଟ ତଳକୁ ଖସିଲା ପିକ୍‌ଅପ ଭ୍ୟାନ । ଦୁର୍ଘଟଣାରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ । ମୃତକ ଗଡ଼ପଳାଶୁଣି ଗାଁର କିରଣ ସାହୁ । ସେ କାମାକ୍ଷାନଗରରୁ ଚୁଡା ବୋଝେଇ କରି ନିଜ ଗାଁ ଗଡ଼ପଳାଶୁଣିକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସି ପଡ଼ିଥିଲା । ଏନେଇ ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.