ନବରଙ୍ଗପୁରରେ ଭାରସାମ୍ୟ ହରାଇ ଓଲଟିଲା ଶ୍ରମିକ ବୋଝେଇ ପିକଅପ ଭ୍ୟାନ୍, ୪ ଗୁରୁତର

ନବରଙ୍ଗପୁର: ଓଲିଟିଲା ପିକଅପ ଭ୍ୟାନ। ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ବ୍ଲକ କନହେଇ ମୁଣ୍ଡା ଗାଁ ନିକଟରେ ଏକ ଶ୍ରମିକ ବୋଝେଇ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହେଇଛି। ପ୍ରାୟ ୨୫ ଜଣ ଶ୍ରମିକଙ୍କୁ ନେଇ କଳାହାଣ୍ଡି ଜିଲ୍ଲା ରୁ ନବରଙ୍ଗପୁର ଜିଲ୍ଲା ଖୁଣ୍ଟିଆ ଗ୍ରାମକୁ ପାଇପ ଲାଇନ କାମ କରିବାକୁ ଆସୁଥିବାବେଳେ ଗାଡିଟି ଓଲଟି ପଡିଛି ।

ଗାଡିରେ ଥିବା ସମସ୍ତ ଶ୍ରମିକ ଆହତ ହୋଇଥିବାବେଳେ, ସମସ୍ତଙ୍କୁ ତେନ୍ତୁଳିଖୁଣ୍ଟି ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେମାନଙ୍କ ମଧ୍ଯରୁ ୪ଗୁରୁତରଙ୍କୁ ଜିଲ୍କା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ ଗାଡିଟି ଅତି ଦ୍ରୁତ ଗତିରେ ଆସୁଥିଲା ।ଯାହାଫଳରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

Leave A Reply

Your email address will not be published.