ଘାଟିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍, ଜଣେ ମୃତ, ୪ ଆହତ

ମା’ ବାଙ୍କେଶ୍ୱରୀଙ୍କ ଦର୍ଶନ କରିବା ପାଇଁ ପିକଅପ ଭ୍ୟାନ୍‌ ଯୋଗେ ପାହାଡ଼କୁ ଯାଉଥିଲେ ଓଲଟିଲା ଭ୍ୟାନ୍। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ।

ବ୍ରହ୍ମପୁର (କେନ୍ୟୁଜ): ବାଙ୍କେଶ୍ୱରୀ ଘାଟିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍ । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଗଡ଼ଗୋବିନ୍ଦପୁର ପଞ୍ଚାୟତ ଧାନରାଶିରୁ ମା’ ବାଙ୍କେଶ୍ୱରୀଙ୍କ ଦର୍ଶନ କରିବା ପାଇଁ ପିକଅପ ଭ୍ୟାନ୍‌ ଯୋଗେ ପାହାଡ଼କୁ ଯାଉଥିଲେ । ପାହାଡ଼କୁ ଗାଡି ଚଢୁଥିବା ବେଳେ ହଠାତ ଭାରସାମ୍ୟ ହରାଇ ପାହାଡ଼ରେ ଗାଡିଟି ଓଲଟି ପଡିଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ଖଇରପଙ୍କର ଲିଙ୍ଗ । ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.