ଓଲଟିଲା ବୋଲବମଙ୍କ ପିକଅପ ଗାଡି, ୧୫ ଆହତ, ୨ ଗୁରୁତର

କାମାକ୍ଷାନଗର : ଭୂବନ ଥାନା ଶ୍ୟାମଳ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବୋଲବମ ଭକ୍ତଙ୍କ ପିକଅପ ଗାଡି । ଗାଡିରେ ୧୫ ଜଣ ବୋଲବମ ଭକ୍ତ ଥିବା ବେଳେ ୨ ଜଣ ଗୁରୁତର ଥିବା ସୂଚନା । ସମସ୍ତଙ୍କୁ ଉଧାର କରାଯାଇ ଭୂବନ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୂବନ ବ୍ଳକ ସୁରପ୍ରତାପପୂର ଗ୍ରାମରୁ ସମସ୍ତ ବୋଲବମ ଭକ୍ତମାନେ ଦୈାଡେଶ୍ବର ଶିବ ମନ୍ଦିରକୁ ପାଣି ଢାଳିବାକୁ ଯାଇ ଫେରୁଥିବା ବେଳେ ରାସ୍ତା ଉପରେ ପିକଅପ ଗାଡିଟି ଓଲଟିପଡିଥିଲା ।

ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ସମସ୍ତ ବୋଲବମ ଭକ୍ତଙ୍କୁ ଉଧାର କରାଯାଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ଏସଂପର୍କରେ ଖବର ପାଇ କାମାକ୍ଷାନଗର ବିଧାୟକ ଶତୃଘନ ଜେନା ମେଡିକାଲରେ  ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବା ସହ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ କହିଛନ୍ତି ।

You might also like