ବାଲେଶ୍ବର(କେନ୍ଯୁଜ୍): ଗ୍ୟାରେଜ୍ରେ ପିକ୍-ଅପ୍ ଭ୍ୟାନ୍ର ଟାୟାର ବିସ୍ଫୋରଣ । ନାବାଳକର ୨ଟି ହାତ ଭିଙ୍ଗି ଯାଇଥିବା ବେଳେ ମୁହଁ ଗଭୀର ଭାବେ କ୍ଷତବିକ୍ଷତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରିରେ । ଗତକାଲି ସନ୍ଧ୍ୟା ପ୍ରାୟ ୫ଟାରେ ଲହି ଅଘଟଣ ଗଟିବାପରେ ଗୁରତର ଆହତ ନାବାଳକ ଅନୁନ୍ (୧୩)ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ନାବାଳକ ଅନୁନ୍ ନୀଳଗିରି ଥାନା ଅନ୍ତର୍ଗତ ପଞ୍ଚଲିଙ୍ଗେଶ୍ବର ନିକଟ ମାନଗଡ଼ ପେଟ୍ରୋଲ ପମ୍ପ ପାଖରେ ଥିବା ଏକ ଟାୟାର ଦୋକାନକୁ ଆସିଥିଲା। ସନ୍ଧ୍ୟା ପ୍ରାୟ ୫ଟାରେ ଏକ ପିକ୍-ଅପ୍ ଭ୍ୟାନ୍ର ଟାୟାର ପାଖରେ ଅନୁନ୍ ଛିଡା ହୋଇଥିବା ବେଳେ ଏହା ବିସ୍ଫୋରଣ ହେଇଥିଲା। ଏଥିରେ ଟାୟାରର ରିମ୍ ଭାଙ୍ଗିଯାଇ ୨ ହାତ ଓ ମୁହଁରେ ଲାଗିଥିଲା।
ଅନୁନ୍ର ୨ଟି ଯାକ ହାତ ଭାଙ୍ଗି ଯାଇଥିବା ବେଳେ ମୁହଁ ଗଭୀର କ୍ଷତ ହୋଇଛି। ସ୍ଥାନୀୟ ଲୋକେ ଅନୁନକୁ ପ୍ରଥମେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…
ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…
ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…