ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ପିଟିବା ପରେ ଓଲଟିଲା ପିକଅପ୍‌, ୨ ଗୁରୁତର

ବଲାଙ୍ଗିର: ବଲାଙ୍ଗିର ଟିଟିଲାଗଡ଼ ରାସ୍ତା ସ୍ମାର୍ଟ ପାର୍କ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି ।  ପୂର୍ବରୁ ଦୁର୍ଘଟଣାରେ ରାସ୍ତା ରେ ପଡିଥିବା ଟ୍ରକକୁ ଧକ୍କା ଦେଇ ଓଲଟି ପଡିଲା ପିକପଭ୍ୟାନ୍ । ଫଳରେ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି ।  ଦୁଇ ଗୁରୁତରଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ଭିତରୁ ଜଣେ ଏମ.ରାମପୁରର ଓ ସେ ପରିବା ନେଇ ପିକପଭ୍ୟାନରେ ନିଜ ଗାଁକୁ ଯାଉଥିବା ଜଣାପଡିଛି ।  ଆଉ ଜଣେ ଗୁରୁତରଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ । ଘଟଣାସ୍ଥଳରେ ବଲାଙ୍ଗିର ଟାଉନ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

 

 

ଆହୁରି ପଢ଼ନ୍ତୁ : ବାପାଙ୍କୁ ଲୁହା ରଡ୍ ରେ ପିଟିପିଟି ମାରିଦେଲେ ଦୁଇ ପୁଅ, ଘରୋଇ କଳହ କାରଣ