ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା ପିକଅପ ଭ୍ୟାନ, ଜଣେ ଆହତ

ବାରଙ୍ଗ : ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା ପିକଅପ ଭ୍ୟାନ । ଦୃତଗତିରେ ଆସି ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଛି ଭ୍ୟାନ। ବାରଙ୍ଗ ଥାନା ମଧୁସୂଦନପୁର ଗ୍ରାମ ନିକଟ ପୁରୀ ମୁଖ୍ୟ କେନାଲ ବନ୍ଧରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ବିଦ୍ୟୁତ୍ ଖୁଣ୍ଟ କ୍ଷତିଗ୍ରସ୍ତ ହେଉଥିବା ବେଳେ ଗାଡି ଚାଳକ ଆହତ ହୋଇଛନ୍ତି ।

ଗାଡ଼ି ଚାଲକ ହେଲେ ଉମାକାନ୍ତ ଖୁଣ୍ଟିଆ, ତାଙ୍କ ଘର ତେଲେଙ୍ଗାପେଣ୍ଠ ଅଞ୍ଚଳରେ । ରାସ୍ତା ସଂକୀର୍ଣ୍ଣ ଯୋଗୁଁ ଏପରି ଦୁର୍ଘଟଣା ବାରମ୍ବାର ଘଟୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେପଟେ ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇଯାଇଛି । ଏଥିସହ କେନାଲ ପାର୍ଶ୍ୱକୁ ଗାଡ଼ିଟି ଝୁଲି ରହିଛି । ସୌଭାଗ୍ୟ ବଶତଃ ବିଦ୍ୟୁତ୍ ଖୁଣ୍ଟ ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛି ଗାଡ଼ି ଓ ଗାଡ଼ି ଚାଳକ । ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଦେଖା ଦେଇଛି। ଯାତାୟତରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି । ଖବର ପାଇ ବାରଙ୍ଗ ଥାନା ପୋଲିସ ଘଟଣସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି ।

Also Read : ମଦ ସହିତ ସ୍କୁଟି ଜବତ କଲା ଅବକାରୀ ଥାନା ସ୍ୱତନ୍ତ୍ର ଟିମ, ୪ ଗିରଫ