ଭାରସାମ୍ୟ ହରାଇ ଗ୍ୟାରେଜକୁ ମାଡ଼ିଗଲା ପିକଅପ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ମେକାନିକ

ସାଲେପୁର : ଭାରସାମ୍ୟ ହରାଇ ଗ୍ୟାରେଜକୁ ମାଡ଼ିଗଲା ପିକଅପ ଭ୍ୟାନ। ଅଳ୍ପକେ ବର୍ତ୍ତିଲେ ଗ୍ୟାରେଜରେ କାମ କରୁଥିବା ମେକାନିକ। କଟକ- ସାଲେପୁର ରାସ୍ତାର ପାଗା ଫାଣ୍ଡିର ପାଗା ଛକ ସୁହାନି ମଣ୍ଡପ ଠାରେ ଅଘଟଣ। କଟକରୁ ଧନିଆ ମଞ୍ଜି ନେଇ କେନ୍ଦ୍ରାପଡା ଯାଉଥିବା ବେଳେ ବାଇକକୁ ସାଇଡ଼ ଦେବାକୁ ଯାଇ ଭାରସାମ୍ୟ ହରାଇଥିଲା ପିକଅପ । ଭ୍ୟାନ ଗ୍ୟାରେଜ ଭିତରକୁ ମାଡିଯିବାରୁ ୩ଟି ବାଇକ ଭାଙ୍ଗି ଯାଇଛି। ପିକଅପ ଭ୍ୟାନ ଓଲଟିବାରୁ ଡ୍ରାଇଭର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପାଗା ଫାଣ୍ଡି ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହ କାଗଜପତ୍ର ଓ ଡ୍ରାଇଭରର ଲାଇସେନ୍ସ ଯାଞ୍ଚ କରିଛି।