ଶୁଦ୍ଧ ଘରକୁ ଯାଉଥିବା ବେଳେ ଓଲଟିଲା ପିକଅପ୍ ଭ୍ୟାନ୍ : ଜଣେ ମୃତ, ୨୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ
ମୋହନା: ମୋହନା ଚନ୍ଦ୍ରଗିରି ଚିଟିଙ୍ଗ ଘାଟିରେ ଓଲଟିଲା ପିକଅପ୍ । ଜଣେ ମୃତ, ୨୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଚିକିତ୍ସା ପାଇଁ ସମସ୍ତଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ରାମଗିରି ଥାନା କେ. କେ ସିଂରୁ ୩୦ ଜଣ ଏକ ପିକଅପ ଭ୍ୟାନରେ ବସି ଘାଇବାଲିକୁ ସୁଧ ଘର ଭୋଜିରେ ଯୋଗଦେବାକୁ ଯାଉଥିଲେ । ଏହି ସମୟରେ ପିକଅପଟି ଚନ୍ଦ୍ରଗିରି ଚିଟିଙ୍ଗ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି । ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।