ଭୋଜି ଖାଇବାକୁ ଯିବା ବେଳେ ଓଲଟିଲା ପିକଅପ ଭ୍ୟାନ, ୫୦ରୁ ଅଧିକ ଆହତ; ୪ ଗୁରୁତର

ବାଂଶପାଳ : ଭୋଜି ଖାଇବାକୁ ଯିବା ବେଳେ ଓଲଟିଲା ପିକଅପ ଭ୍ୟାନ । ୫୦ରୁ ଅଧିକ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଅନୁଗୋଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳ ରଢା ଗାଁର ଲୋକ ତଳଯାଗରକୁ ଭୋଜି ଖାଇବାକୁ ଏକ ପିକଅପ ଭ୍ୟାନରେ ବାହାରିଥିଲେ । ଏହି ସମୟରେ ବାଂଶପାଳ ITI ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ପିକଅପ ଭ୍ୟାନ । ଦୁର୍ଘଟଣାରେ ୫୦ରୁ ଅଧିକ ପୁରୁଷ ଓ ମହିଳା ଆହତ ହୋଇଛନ୍ତି । ଆହତଙ୍କୁ ବାଂଶପାଳ ମେଡିକାଲରେ ଭର୍ତ୍ତି କରାଯାଇଛି । ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

 

ଆହୁରି ପଢ଼ନ୍ତୁ : ରାମ ନବମୀରେ ଦୁର୍ଘଟଣା : ଓଲଟିଲା ତୀର୍ଥଯାତ୍ରୀ ବସ୍‌, ଜଣେ ମୃତ; ୨୦ରୁ ଊର୍ଦ୍ଧ୍ବ ଗୁରୁତର