ଗୋଚାଲାଣ ବେଳେ ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ ଭ୍ୟାନ୍, ଡ୍ରାଇଭର ସମେତ ତିନି ଗୁରୁତର

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଦରି ଗ୍ରାମ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ପିକଅପ୍ ଭ୍ୟାନଟି ବଳଦ ବୋଝେଇ କରି ଦ୍ରୁତ ଗତିରେ ଯାଉଥିବା ବେଳେ ରାସ୍ତା ଉପରେ ଓଲଟି ପଡିଥିଲା । ତେବେ ଗାଡ଼ିରେ ଥିବା ବଳଦଙ୍କ ମଧ୍ଯରୁ ଗୋଟିଏ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ, ବାକି ୬ରୁ ଅଧିକ ବଳଦ ଆହତ ହୋଇଛନ୍ତି ।

ତେବେ ଘଟଣା ପରେ ଉକ୍ତ ସ୍ଥାନରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଦେଇଥିଲା । ରାସ୍ତା ଉପରେ ମଲା ବଳଦ ପଡି ରହିଥିବାରୁ କିଛି ସମୟ ପାଇଁ ରାସ୍ତା ଉପରେ ବହୁ ଗାଡି ଅଟକି ରହିଥିଲା । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଆହତ ବ୍ୟକ୍ତିଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.