ବାଲିଯାତ୍ରା ପଡ଼ିଆରେ ବଣଭୋଜି ବ୍ୟାନ, ନିଷେଧାଦେଶ ଜାରି କଲା ସିଏମସି
କଟକ : ଆଉ ହେବନି ଭୋଜି ଭାତ । କଟକ ମହାନଦୀ ନଦୀକୂଳ “ସିଲଭର ସିଟି ବୋଟ କ୍ଲବ ଠାରୁ କଟକ-ଇନ-କଟକ”, ସମେତ ତଳ ବାଲିଯାତ୍ରା ପଡ଼ିଆରେ ବଣଭୋଜି, ପିକନିକ ବ୍ୟାନ। ନିଷେଧାଦେଶ ଜାରି କଲା ମହାନଗର ନିଗମ । ଅତ୍ୟଧିକ ଆବର୍ଜନା ଜମା ହେବା ଓ ଏହାକୁ ସଫା କରିବା କଷ୍ଟସାଧ୍ୟ ହେବାରୁ ନିଷେଧାଦେଶ ଜାରି କଲା ସିଏମସି। ବର୍ଜ୍ୟବସ୍ତୁ ଯୋଗୁଁ ମହାନଦୀ ଜଳ ଓ ପରିବେଶ ସନ୍ତୁଳନ ଉପରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡୁଛି । ଖିଲାପ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ସିଏମସି କମିଶନର ଅନାମ ଚରଣ ପାତ୍ର ।