କଟକ-ଜଗତସିଂହପୁର କନ୍ଦରପୁର ଛକ ନିକଟରେ ପିକନିକ୍‌ ବସ୍‌ ଦୁର୍ଘଟଣାଗସ୍ତ , ୨ ମୃତ

କଟକ(କେନ୍ୟୁଜ୍) : ପିକନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ୧୫ ଜଣ ଆହତ ହୋଇଛନ୍ତି। ୧୨ ଗୁରୁତରଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ମୃତ ଦୁଇ ଜଣ ହାଇଓ୍ଵା ଡ୍ରାଇଭର ଓ ବସ୍‌ ହେଲପର। ହାଇଓ୍ଵା ସହ ଧକ୍କା ପରେ ପିକ୍‌ନିକ ବସ୍‌ଟି ଓଲଟି ପଡିଥିଲା। ଭୁବନେଶ୍ୱରରୁ ପାରାଦୀପ ଯାଉଥିବାବେଳେ କଟକ-ଜଗତସିଂହପୁର କନ୍ଦରପୁର ଛକ ନିକଟରେ ଓଲଟି ପଡିଥିଲା। ପିକନିକ୍‌ ବସ୍‌ରେ ୬୦ରୁ ଅଧିକ ଯାତ୍ରୀ ଥିଲେ।