ଗଜପତି ମାଲ୍‌ବା ଘାଟିରେ ପିକନିକ୍‌ ବସ୍ ଓଲଟି ୨ ଆହତ

ଗଜପତି(କେନ୍ୟୁଜ୍) : ଘାଟିରୁ ଓଲଟିଲା ପିକନିକ୍‌ ବସ୍‌ । ଗଜପତି ଜିଲ୍ଲା ମାଲ୍‌ବା ଘାଟିରେ ବସ୍‌ ଓଲଟି ୨ ଜଣ ଆହତ ହୋଇଛନ୍ତି । ବସ୍‌ଟି ଗଣ୍ଡାହାତୀ ଜଳପ୍ରପାତକୁ ଯାଉଥିବା ବେଳେ ବ୍ରେକ ଫେଲ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସରେ ସୋରଡାର ବିଦ୍ୟା ଜ୍ୟୋତି କୋଚିଂ ସେଣ୍ଟରର ୪୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ୧୦ ଜଣ ଶିକ୍ଷୟତ୍ରୀ ଥିଲେ। ଆହତଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ସୋରଡା ପଠାଇବାର ବ୍ୟବସ୍ଥା କରାଯାଇଛି।