ଖୋର୍ଦ୍ଧା ୧୬ନମ୍ବର ଜାତୀୟ ରାଜପଥ ଗୋଡିପଡ଼ା ଟୋଲ୍‌ଗେଟ୍‌ ନିକଟରେ ପିକନିକ୍‌ ବସ୍‌ ଦୁର୍ଘଟଣା , ୩୦ରୁ ଅଧିକ ଯାତ୍ରୀ ଆହତ

ଖୋର୍ଦ୍ଧା(କେନ୍ୟୁଜ୍) : ପୁଣି ପିକନିକ୍‌ ବସ୍‌ ଦୁର୍ଘଟଣା। ଟ୍ରକକୁ ପଛରୁ ପିଟିଲା ବସ୍‌। ଖୋର୍ଦ୍ଧା ୧୬ନମ୍ବର ଜାତୀୟ ରାଜପଥ ଗୋଡିପଡ଼ା ଟୋଲ୍‌ଗେଟ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍‌ରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଛୋଟ ପିଲା ଅଛନ୍ତି। ସେମାନଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ୨ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ବସ୍‌ଟି ଭଦ୍ରକୁ ଗଞ୍ଜାମ ତାରାତାରଣୀ ପିକନିକ୍‌ ପାଇଁ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା।