ପର୍ଯ୍ୟଟନସ୍ଥଳୀ ସାନ ଘାଗରା, ଜଳପ୍ରପାତ ସାଙ୍ଗକୁ ବୋଟିଂର ମଜା ନେଉଛନ୍ତି ଲୋକେ

କେନ୍ଦୁଝରର ସାନଘାଗରା ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼ । ପ୍ରାକୃତିକ ସୌନ୍ଦର‌୍ୟ୍ୟରେ ଭରପୁର ସାନଘାଗରା ପର୍ଯ୍ୟଟନସ୍ଥଳୀ । ଶୁଭ୍ର ଜଳରାଶି ସାଙ୍ଗକୁ ଜଳପ୍ରପାତ ଆକର୍ଷିତ କରିଥାଏ ପର୍ଯ୍ୟଟକଙ୍କୁ ।

ପ୍ରକୃତିର ଏହି ସୁନ୍ଦର ମନୋରମ ଦୃଶ୍ୟ, ଶିଶୁ ଉଦ୍ୟାନ, ଶାଳ ବଣରରେ ଭୋଜି ଭାତ ସହ ବୋଟିଂର ମଜା ଉଠାନ୍ତି ପର୍ଯ୍ୟଟକ । ବର୍ଷତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବାବେଳେ ଶୀତ ଋତୁରେ ପର୍ଯ୍ୟଟକ ଙ୍କ ଶୁଅ ଛୁଟିଥାଏ ।

sanghagraକେନ୍ଦୁଝର ସହରଠାରୁ ମାତ୍ର ୫ କିଲୋମିଟର ଜୁଡିଆ ଘାଟି ଦେଇ ଏଠାକୁ ଯିବାକୁ ପଡେ । ଏହି ପର୍ଯ୍ୟଟକ ସ୍ଥଳୀରେ ଆଦିବାସୀ ସଂସ୍କୃତିର ଝଲକ ମଧ୍ୟ ଦେଖିବାକୁ ମିଳେ । ପର୍ଯ୍ୟଟକଙ୍କ ସୁରକ୍ଷା ଓ ପର୍ଯ୍ୟଟନସ୍ଥଳୀକୁ ଆକର୍ଷଣୀୟ କରିବା ପାଇଁ ପ୍ରତିବର୍ଷ ଏହାର ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି ।