ପର୍ଯ୍ୟଟନ ସ୍ଥଳୀ ତପ୍ତପାଣିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ଗଞ୍ଜାମ (କେନ୍ୟୁଜ୍) : ପିକନିକ ପାଇଁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ୨୦୧୮ ବର୍ଷ ଶେଷରେ ତପ୍ତପାଣିରେ ଭୋଜି କରିବା ସହ ପ୍ରାକୃତିକ ସୌନ୍ଦର‌୍ୟ୍ୟକୁ ଉପଭୋଗ କରୁଛନ୍ତି ଲୋକେ । ବିଶେଷ କରି କୋଲକାତାରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଛନ୍ତି ।

taptapani ଭୋଜିଭାତ କରିବା ସହ ମୃଗ ବିହାରର ମଜା ନେଉଛନ୍ତି । ପର୍ଯ୍ୟଟକଙ୍କ ରହିବା ପାଇଁ ପାନ୍ଥନିବାସରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହା ସହ ୨୦୧୯କୁ ସ୍ୱାଗତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା କହିଛନ୍ତି ପାନ୍ଥନିବାସ ପରିଚାଳକ ।