ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ପାଇକମାଳର ସହକାରୀ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ । ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ରେଡ଼ ହ୍ୟାଣ୍ଡ ଧରା ପଡିଛନ୍ତି ବରଗଡ଼ ଜିଲ୍ଲା ପାଇକମାଳର ସହକାରୀ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ । ସାର ଡିଲରଙ୍କ ଲାଇସେନ୍ସ ବାତିଲ କରିଦେବେ ବୋଲି ଧମକାଇ ସେ ଏହି ଲାଞ୍ଚ ନେଉଥିଲେ ।

ଭିଜିଲାନ୍ସ ଟ୍ରାପ ପରେ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ ଚାଲିଛି । ସରକାରୀ କାର୍ଯ୍ୟାଳୟ, କ୍ୱାର୍ଟର୍ସ ସମେତ ଭୁବନେଶ୍ୱରର ଘର ଓ କଟକ ତିଗିରିଆରେ ଥିବା ପୈତୃକ ଘରେ ଚଢ଼ାଉ ହୋଇଛି । ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଜିରୋ ଟଲେରାନ୍‌ସ ନୀତି ଗ୍ରହଣ କରିଛନ୍ତି । ଦୁର୍ନୀତିଗ୍ରସ୍ତ ଓ ଲାଞ୍ଚୁଆ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ସହ ପେନସନ ବି ବନ୍ଦ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.