ସ୍କର୍ପିଓକୁ ପଛପଟୁ ପିଟିଲା ତୀର୍ଥଯାତ୍ରୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବାଲୁଗାଁ: ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ ୧୬ ନଂ ଜାତୀୟ ରାଜପଥ ସରନଈ ଓଭର ବ୍ରିଜ ନିକଟରେ ସ୍କର୍ପିଓକୁ ପଛପଟୁ ପିଟିଲା ବସ । ଧକ୍କା ଦେବା ପରେ ଡିଭାଇଡ଼ର ଉପରେ ଚଢ଼ି ଯାଇଥିଲା ।  ବସ ଡ୍ରାଇଭର ଥାନାରେ ଅଟକ ରହିଛନ୍ତି ।  ଏଥିରେ କେହି ଆହତ ହୋଇନଥିବା ସୂଚନା ଦେଇଛି ବାଣପୁର ଥାନା ପୋଲିସ ।

ଗତକାଲି ବିଳମ୍ବିତ ରାତିରେ ଏକ ଭଲଭୋ ବସ ୪୦ ଜଣ ଯାତ୍ରୀଙ୍କୁ ନେଇ କୁମ୍ଭମେଳା ସାରି ବିଜୟୱାଡା ଅଭିମୁଖେ ଯାଉଥିଲା । ସରନଈ ଓଭର ବ୍ରିଜ ନିକଟରେ ଆଗରେ ଯାଉଥିବା ଏକ ସ୍କର୍ପିଓ ବ୍ରେକ ମାରିବା ଯୋଗୁଁ ବସଟି ଭରସାମ୍ୟ ହରାଇ ସ୍କର୍ପିଓ ପଛ ପଟକୁ ପିଟି ଥିଲା ଏବଂ ଡିଭାଇଡ଼ର ଉପରେ ଚଢ଼ି ଯାଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଭାବରେ ଅନ୍ୟ ଏକ ବସ ରେ ଫେରିଥିଲେ । ବସ ଡ୍ରାଇଭରକୁ ଅଟକ ରଖିଛି ପୋଲିସ ।.

 

ଆହୁରି ପଢ଼ନ୍ତୁ :  ଦ୍ରୁତ ଗତି ହେଲା କାଳ: ଟ୍ରକକୁ ପଛରୁ ପିଟିଲା କାର୍, ୨ ମୃତ; ଜଣେ ଗୁରୁତର