ତୀର୍ଥଯାତ୍ରୀ ବସରେ ନିଆଁ, ଭିତରେ ଥିଲେ ୪୦ ଯାତ୍ରୀ

ଭଦ୍ରକ : ତୀର୍ଥଯାତ୍ରୀ ବସରେ ଲାଗିଲା ନିଆଁ। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ନାଳଙ୍ଗ ଛକ ନିକଟରେ ହୋଇଛି ଏହି ଦୁର୍ଘଟଣା । ବସରେ ଥିବା ପଛ କମ୍ପ୍ରେସର ରେ ଲାଗିଛି ନିଆଁ । ଏହି ତୀର୍ଥଯାତ୍ରୀ ବସଟି ବାଲେଶ୍ୱରରୁ ପୁରୀକୁ ଯାଉଥିଲା ।

ବସରେ ୪୦ ଯାତ୍ରୀ ରହିଥିଲେ । ଖବର ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା ।  ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବିଭାଗ ।  ଏହି ଘଟଣାରେ କେହି ଆହତ କିମ୍ବା ମୃତାହତ ହୋଇନାହାନ୍ତି । ସୁରକ୍ଷିତ ଭାବରେ ସମସ୍ତ ଯାତ୍ରୀ ବସ ରୁ ତଳକୁ ଯାଇଥିଲେ ।

Also read:ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ: ବସରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ଗଲା ଇଞ୍ଜିନ