ଯାଜପୁର ଜିଲ୍ଲା ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ବୁଡ଼ି ତୀର୍ଥଯାତ୍ରୀ ମୃତ

ଯାଜପୁର ଜିଲ୍ଲା ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ବୁଡ଼ି ଜଣେ ତୀର୍ଥଯାତ୍ରୀ ମୃତ। ମୃତକ ହେଲେ ବିଶାଖାପାଟଣା ସିଥମପେଟ ଅଞ୍ଚଳର ଦୁର୍ଗା ରାଓଙ୍କ ଝିଅ ଗିବିଡ଼ି ଦୁର୍ଗା। ୧୨୦ ଜଣ ତୀର୍ଥଯାତ୍ରୀ ଓଡିଶା ଆସିଥିଲେ। ପୁରୀ, କୋଣାର୍କ ବୁଲିବା ପରେ ଆଜି ମାଆ ବିରଜାଙ୍କ ଦର୍ଶନ ପାଇଁ ଯାଇଥିଲେ। ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ବୁଡ ପକାଇବା ବେଳେ ତିନି ଜଣ ନଦୀରେ ବୁଡି ଯାଇଥିଲେ। ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ। ବହୁ ଖୋଜାଖୋଜି ପରେ ଗିବିଡି ଦୁର୍ଗାଙ୍କୁ ଅଗ୍ନିଶମ ବାହିନୀ ଟିମ୍‌ ଉଦ୍ଧାର କରିଥିଲେ। ଯାଜପୁର ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।