ରାଜ୍ୟ

ଗଜପତି ଜିଲ୍ଲାରେ ଆରମ୍ଭ ହେଲା ମହିଳାଙ୍କ ପାଇଁ ପିଙ୍କ୍‌ ଅଟୋ ସେବା, ଶୁଭାରମ୍ଭ କଲେ ଏସପି ସାରା ଶର୍ମା

ପାରଳାଖେମୁଣ୍ଡି (କେନ୍ୟୁଜ୍): ଗଜପତି ଜିଲ୍ଲାରେ ଆରମ୍ଭ ହେଲା ମହିଳାଙ୍କ ପାଇଁ ପିଙ୍କ୍‌ ଅଟୋ ସେବା । ସି ଟିମ, ଉଡାନ, ଅକ୍ଷୟ ଦାନ ପାତ୍ର, ଏରୋବିକ୍‌ ଫିଟନେସ, କିନ୍ନରଙ୍କ ପାଇଁ ସୁରଭି ଓମଫେଡ ପାର୍ଲର ପରେ ଏବେ ପିଙ୍କ ଅଟୋ ସେବାର ଶୁଭାରମ୍ଭ କରିଛନ୍ତି ଗଜପତି ଏସପି ସାରା ଶର୍ମା । ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଦୁଇଟି ପିଙ୍କ୍‌ ଅଟୋ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଏହାର ଚାଳକ ଅଛନ୍ତି ଦୁଇ ଜଣ ମହିଳା ଋତୁ ଶର୍ମା ଓ କେ. ଈଶ୍ୱରୀ । ସେମାନେ ନିଜ ଅସହାୟତା ଓ ଜୀବନଜୀବିକାକୁ ନେଇ ସଂଘର୍ଷ ସଂପର୍କରେ ଏସପି ସାରା ଶର୍ମାଙ୍କୁ ଜଣାଇଥିଲେ । ଏହାପରେ ବ୍ୟାଟେରୀ ଚାଳିତ ଦୁଇଟି ଅଟୋ ପାଇଁ ଋଣ ଓ ପ୍ରଶିକ୍ଷଣ ଦାୟିତ୍ୱ ଖୋଦ୍‌ ଏସ୍‌ପି ସାରା ଶର୍ମା ନେଇ ସେମାନଙ୍କ ସ୍ୱପ୍ନ ସାକାର କରିଛନ୍ତି ।

KNews Bureau

Recent Posts

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

5 mins ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

28 mins ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

37 mins ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

42 mins ago

କୋର୍ଟରୁ ମିଳିଲାନି ଆଶ୍ୱସ୍ତି, କାଲି ତିହାର ଜେଲ୍‌ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟ୍‌କା । କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ । କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ…

45 mins ago

ଚଳଚଞ୍ଚଳ ରଥ ଖଳା, ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ପୁରୀ(କେନ୍ୟୁଜ୍‌): ଦ୍ରୁତ ଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଚଳଚଞ୍ଚଳ ରଥ ଖଳା l ତିନି…

52 mins ago