ଡ୍ରିଙ୍କ-ପ୍ରମ-ଟ୍ୟାପ୍ ମିଶନ: ଏବେ ପାଇପ ଯୋଗେ ପୁରୀରେ ମିଳିବ ବିଶୁଦ୍ଧ ପାନୀୟ ଜଳ

ପୁରୀ(କେନ୍ଯୁଜ୍): ପୁରୀକୁ ପାଇପ ଯୋଗେ ମିଳିବ ବିଶୁଦ୍ଧ ପାନୀୟ ଜଳ। ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇବାରେ ଦେଶର ପ୍ରଥମ ସହର ହେବ ପୁୁରୀ। ସମସ୍ତ ପରିବାରକୁ ଆଇଏସ: ୧୦୫୦୦ ମାନର ପାନୀୟ ଜଳ ମିଳିବ। ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ଦିଗରେ ଡ୍ରିଙ୍କ-ପ୍ରମ-ଟ୍ୟାପ ମିଶନ ଏକ ଯୁଗାନ୍ତକାରୀ ପ୍ରକଳ୍ପ।

drinking waterଏହା ଦ୍ୱାରା ବିଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଲଣ୍ଡନ, ଲସ୍‌ ଏଞ୍ଜେଲ୍‌ସ ଓ ସିଙ୍ଗାପୁର ଭଳି ଅନ୍ତର୍ଜାତୀୟ ସହରମାଳାରେ ସାମିଲ ହୋଇଛି ପୁରୀ। ଏବେ ଅଢେଇଲକ୍ଷ ବାସିନ୍ଦା ୨୪ ଘଣ୍ଟା ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇପାରୁଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ପୁରୀକୁ ଆସୁଥିବା ବାର୍ଷିକ ୨କୋଟି ପର୍ଯ୍ୟଟକ ଉପକୃତ ହେବେ। ଏହା ଦ୍ୱାରା ପୁରୀ ସହରରେ ବାର୍ଷିକ ୪ଶହ ମେଟ୍ରିକ ଟନର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ହ୍ରାସ ପାଇପାରିଛି। ଓଡ଼ିଶା ସରକାରଙ୍କ 5T ଅଧିନରେ ୧୬ଟି ସହରର ୪୦ଲକ୍ଷ ବାସିନ୍ଦାଙ୍କ ପାଇଁ ଡ୍ରିଙ୍କ-ଫ୍ରମ-ଟ୍ୟାପ ଯୋଜନାର କାର୍ଯ୍ୟ ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.