ଆଜି ପିପିଲି ରେଜଲ୍ଟ : ଆରମ୍ଭ ହୋଇଯାଇଛି ଭୋଟ ଗଣତି, ବଢୁଛି ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା

ପିପିଲି(କେନ୍ଯୁଜ୍): କିଏ ଜିତିବ ପିପିଲି ବାଜି ? କାହା ସପକ୍ଷରେ ଯିବ ଜନାଦେଶ ? ପ୍ରାର୍ଥୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା । ଆଜି ଆସିବ ପିପିଲି ରେଜଲ୍ଟ । ଆରମ୍ଭ ହୋଇଯାଇଛି ଭୋଟ ଗଣତି ।  ବାହାରିବ ୧୦ ପ୍ରାର୍ଥୀଙ୍କ ଭାଗ୍ୟଫଳ । ପୁରୀ ପେଣ୍ଠକଟା ଷ୍ଟ୍ରଙ୍ଗରୁମ୍‌ରେ ୨ଟି ରୁମରେ ୧୪ଟି ଟେବୁଲରେ ଇଭିଏମ୍‌ ଗଣନା କରାଯାଉଛି। ଗଣତିରେ ନିୟୋଜିତ ଅଛନ୍ତି ୬୨ ଅଧିକାରୀ । ପ୍ରତି ହଲରେ ରହିଛି ୭ଟି ଟେବୁଲ୍‌ ।

ଗଣତି ଟେବୁଲରେ କ୍ୟାମେରା ସ୍କ୍ରିନ୍‌ ଜରିଆରେ ଲୋକଙ୍କୁ ଦେଖାଯିବ ରେଜଲ୍ଟ । ପ୍ରତି ରାଉଣ୍ଡର ଗଣତି ଫଳ ପ୍ରକାଶ କରାଯିବ । କାଉଣ୍ଟିଂ ସରିବା ପରେ ମେଳ କରାଯିବ ୫ଟି ଭିଭିପାଟ୍‌ ଓ ଇଭିଏମ୍‌ ରେଜଲ୍ଟ । ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁରୀରେ ୫ପ୍ଲାଟୁନ୍‌, ପିପିଲି ଡେଲାଙ୍ଗରେ ୬ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.