ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ, ୧୩ ପରିବର୍ତ୍ତେ ହେବ ୧୬ରେ

କେନ୍ୟୁଜ୍(ବ୍ୟୁରୋ):  ପୁଣି ଘୁଞ୍ଚିଲା  ପିପିଲି ଉପନିର୍ବାଚନ ତାରିଖ। ପୂର୍ବରୁ ୧୩ ତାରିଖ ଥିଲା ଉପନିର୍ବାଚନ ତାରିଖ।  କିନ୍ତୁ ୧୩ରେ ଇଦ୍-ଉଲ୍-ଫିତର ପଡୁଥିବାରୁ ବର୍ତ୍ତମାନ ଏହା  ୧୬ ତାରିଖକୁ  ଘୁଞ୍ଚିଛି । ଏନେଇ ମୁଖ୍ୟନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ଆସନ୍ତା ୧୬ରେ ପିପିଲି ଉପ ନିର୍ବାଚନ ପାଇଁ ହେବ ମତଦାନ । ୧୯ ତାରିଖରେ ଭୋଟଗଣତି କରାଯିବ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି  । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁ ପିପିଲିରେ ଉପନିର୍ବାଚନ ସ୍ଥଗିତ ରହିଥିଲା । ଏହାପରେ ମେ ୧୩ ତାରିଖରେ ଭୋଟ ପାଇଁ ତାରିଖ ଘୋଷଣା ହୋଇଥିଲା ।

କରୋନା ସଂକ୍ରମଣ ନେଇ  ନିର୍ବାଚନ କମିଶନଙ୍କ ଗାଇଡ଼ଲାଇନ 

୪୮ ଘଣ୍ଟା  ପରିବର୍ତ୍ତେ ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ରହିବ ଅର୍ଥାତ ୧୩ ତାରିଖ ସନ୍ଧ୍ୟାରୁ ପ୍ରଚାର ବନ୍ଦ ହେବ । ରାଜନୈତିକ ସଭା ଓ ସମାବେଶକୁ ବାରଣ କରିଛନ୍ତି ନିର୍ବାଚନ କମିଶନ।  ଭର୍ଚୁଆଲ ମାଧ୍ୟମରେ ରାଜନୈତିକ ଦଳମାନେ ପ୍ରଚାର କରିପାରିବେ। ଡୋର ଟୁ ଡୋର କ୍ୟାମ୍ପେନେରେ ସର୍ବାଧିକ ୫ଜଣଙ୍କୁ ବୁଲିବାକୁ ଅନୁମତି ଦେଇଛନ୍ତି ନିର୍ବାଚନ କମିଶନ।

ତେବେ ଭୋଟ ଗ୍ରହଣ  ବେଳେ ପ୍ରତ୍ୟେକ ଭୋଟଙ୍କ ଶରୀର ତାପମାତ୍ରା ଯାଞ୍ଚ କରାଯିବ । ଯେଉଁମାନଙ୍କର ଶରୀର ତାପମାତ୍ରା ଅଧିକ ଥିବା ସେମାନଙ୍କୁ ଟୋକନ ଦିଆଯିବ ଓ ସେମାନେ ୫ଟା ପରେ ଭୋଟ ଦେଇପାରିବେ।  ସେହିପରି ପ୍ରତି ଭୋଟରଙ୍କୁ ଗ୍ଲୋବସ୍ ଦିଆଯିବାକୁ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି  ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ କୁମାର ଲୋହାନୀ।

 

Leave A Reply

Your email address will not be published.