ପିପିଲି ଉପନିର୍ବାଚନ ପାଇଁ ଥମିଲା ପ୍ରଚାର, ୩୦ରେ ଭୋଟ୍‌: ଆଜି ବୁଥ୍‌କୁ ଯିବେ ପୋଲିଂ ପାର୍ଟି

ପିପିଲି(କେନ୍ଯୁଜ୍): ଥମିଲା ପ୍ରଚାର, ୩୦ରେ ଭୋଟ୍‌। ସରିଛି ବିଭିନ୍ନ ଦଳର ପ୍ରଚାର। ଆଜି ବୁଥ୍‌କୁ ଯିବେ ପୋଲିଂ ପାର୍ଟି। ତିନୋଟି ପର୍ଯ୍ୟାୟରେ ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା, ପୂର୍ବାହ୍ନ ୧୦ରୁ ଅପରାହ୍ନ ୧ଟା ଓ ଅପରାହ୍ନ ୧ରୁ ୪ଟା ମଧ୍ୟରେ ପୋଲିଂ ପାର୍ଟିକୁ ପଠାଯିବ। ଏଥିପାଇଁ ୧୦ଟି କାଉଣ୍ଟର ସହ ଇଭିଏମ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ନେବା ଲାଗି ସିଙ୍ଗିଲ ଓ୍ଵିଣ୍ଡୋ ବ୍ୟବସ୍ଥା କରାଯାଇଛି। କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।

ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୩୪୮ଟି ପୋଲିଂ ବୁଥ୍‌ ରହିଛି। ଏଥିମଧ୍ୟରେ ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ରହିଛି। ଏହିପରି ମୋଟ ୧୭୫ଟି ବୁଥ୍‌ରେ େଓ୍ଵବକାଷ୍ଟିଂ, ୨୩ଟିରେ ମାଇକ୍ରୋ ପର୍ଯ୍ୟବେକ୍ଷକ ଅବସ୍ଥାପିତ ହେବେ। ଏହାବ୍ୟତୀତ ୧୨ଟି ବୁଥ୍‌ରେ ଭିଡ଼ିଓ ଉତ୍ତୋଳନ କରାଯିବ। ୨୦ଟି ଆଦର୍ଶ ମତଦାନ କେନ୍ଦ୍ର ମଧ୍ୟ ରହିଛି।

ଉପନିର୍ବାଚନ ପାଇଁ ପ୍ରାୟ ୨ହଜାର ପୋଲିଂ ଅଧିକାରୀ ଓ କର୍ମଚାରୀ ନିୟୋଜିତ ଅଛନ୍ତି। ପ୍ରତି ପୋଲିଂ ପାର୍ଟିରେ ସୁରକ୍ଷା କର୍ମୀଙ୍କୁ ମିଶାଇ ୫ଜଣ ରହିବେ। ପ୍ରାୟ ୭୦ଟି ରିଜର୍ଭ ପୋଲିଂ ପାର୍ଟି ରଖାଯାଇଛି। ସେହିଭଳି ୧୯୮୩ ସୁରକ୍ଷାକର୍ମୀ ମୁତୟନ ସହ ୩୨ଟି ମୋବାଇଲ ଟିମ୍‌ ନିୟୋଜିତ ହେବେ। ଆସନ୍ତା ୩୦ରେ ପିପିଲି ଉପନିର୍ବାଚନ।

Leave A Reply

Your email address will not be published.