ପିପିଲି ନିର୍ବାଚନ ପ୍ରସ୍ତୁତି ଶେଷ, ମତଦାନର ୭୨ ଘଣ୍ଟା ପୂର୍ବରୁ ହୋଇପାରିବ ନାହିଁ କୌଣସି ବାଇକ ରାଲି

ପିପିଲି(କେ.ନ୍ୟୁଜ): ଆଉ ମାତ୍ର ଦିନ କେଇଟା ପରେ ପିପିଲି ବିଧାନସଭା ନିର୍ବାଚନ ପ୍ରସ୍ତୁତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୮,୨୧୨ ଜଣ ୮୦ ବର୍ଷ ବୟସରୁ ଅଧିକ ଓ ଦିବ୍ୟାଙ୍ଗ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୦୭୭ ଜଣ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଡେଲାଙ୍ଗରେ ୭୧୨ ଓ ପିପିଲିରେ ୩୬୫ ଜଣ ଅଛନ୍ତି। ୮୦ ବର୍ଷ ବୟସରୁ ଅଧିକ ୯୦୯ ଓ ଦିବ୍ୟାଙ୍ଗ ଭୋଟର ୧୬୮ ଜଣ ରହିଛନ୍ତି।

୭ଟି ଟିମ ଦୁଇଟି ପର୍ଯ୍ୟାୟରେ ୧,୦୫୨ ଜଣଙ୍କ ପୋଷ୍ଟାଲ ବ୍ୟାଲେଟ ସଂଗ୍ରହ କରିଛନ୍ତି । ଏ ମଧ୍ୟରେ ୮୦ ବର୍ଷରୁ ଅଧିକ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଅନୁପସ୍ଥିତ ଅଛନ୍ତି। ସୁରକ୍ଷା ବଳୟ ମଧ୍ୟରେ ସିଲ୍‌ ବାକ୍ସରେ ପୋଷ୍ଟାଲ ବ୍ୟାଲେଟ ଜିଲ୍ଲା ଟ୍ରେଜେରୀରେ ସଂରକ୍ଷିତ କରି ରଖାଯାଇଛି। ୧୬ ତାରିଖରେ ଏହା ଷ୍ଟ୍ରଙ୍ଗ ରୁମକୁ ଯିବ। ମତଦାନର ୭୨ ଘଣ୍ଟା ପୂର୍ବରୁ କୌଣସି ବାଇକ ରାଲି ହୋଇପାରିବ ନାହିଁ । ୩୦ ଜଣ ମାଇକ୍ରୋ ଅବଜରଭରଙ୍କୁ ତାଲିମ ଦିଆଯାଇଛି। ପୋଲିଂ ପାର୍ଟି ୧୫ ତାରିଖ ସକାଳୁ ନିର୍ଦ୍ଧାରିତ ସମୟରେ ନିଜ ନିଜ ପୋଲିଂ କେନ୍ଦ୍ରକୁ ଯିବେ । ସମସ୍ତ ପୋଲିଂ କର୍ମଚାରୀ କୋଭିଡ ନିୟମକୁ ଅନୁପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.