ଆସନ୍ତା ୩୦ ତାରିଖରେ ଅନୁଷ୍ଠିତ ହେବ ପିପିଲି ଉପନିର୍ବାଚନ

ଭୁବନେଶ୍ୱର(କେ ନ୍ୟୁଜ): ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ହେବ ପିପିଲି ଉପନିର୍ବାଚନ । ପିପିଲି ସହିତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ଉପନିର୍ବାଚନ ହେବ । ଆଜି ନିର୍ବାଚନ କମିଶନ ଏନେଇ ଘୋଷଣା କରିଛନ୍ତି । ଆସନ୍ତା ୬ ତାରିଖରେ ଏନେଇ ବିଜ୍ଞପତି ପ୍ରକାଶ ପାଇବାକୁ ଥିବାବେଳେ ସେପ୍ଟେମ୍ବର ୩୦ରେ ଭୋଟ ଗଣତି ହେବା ନେଇ ସ୍ଥିର ହୋଇଛି |  ଆସନ୍ତା ଅକ୍ଟୋବର ୩ ତାରିଖରେ ଗଣତି ହେବ । କହିରଖିବା ଉଚିତ ହେବକି କରୋନା କାରଣରୁ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା ।

ସୂଚନାଦେବା ଉଚିତ ହେବ କି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ହେବା ପରେ ପିପିଲି ବିଧାନସଭା ଆସନ ଖାଲି ପଡ଼ିଥିଲା । ଏହାପରେ ମେ ୧୬ ତାରିଖରେ ସେଠାରେ ଉପନିର୍ବାଚନ କରାଯିବା ନେଇ ସ୍ଥିର ହୋଇଥିଲା । ହେଲେ ରାଜ୍ୟରେ କୋଭିଡ୍‌ ଲକ୍‌ଡାଉନ୍ କାରଣରୁ ଭାରତୀୟ ନିର୍ବାଚନ କମିଶନ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖିଥିଲେ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନେଇଥିଲେ ଭାରତୀୟ ନିର୍ବାଚନ କମିଶନ ।

୨୦ ତାରିଖରୁ ନିର୍ବାଚନ ପ୍ରଚାର ଆରମ୍ଭ ହେବ । ରୋଡ଼ ଶୋ, ବାଇକ, ସାଇକେଲ ରାଲି ବାରଣ କରାଯାଇଛି । ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଷ୍ଟାର କ୍ୟାମ୍ପେନର ତାଲିକା ୨୦ଜଣଙ୍କ ମଧ୍ୟରେ ସୀମିତ ରଖିବାକୁ ଓ ଡୋର କ୍ୟାମ୍ପେନିଙ୍ଗ ବେଳେ ପ୍ରାର୍ଥୀଙ୍କ ସହ କେବଳ ୫ ଜଣଙ୍କୁ ଅନୁମତି ମିଳିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.