ବହୁ ଚର୍ଚ୍ଚିତ ପିପିଲି ଟ୍ରିପଲ ମର୍ଡର ଘଟଣା, ଧରା ହେଲେ ଦୁଇ ମୁଖ୍ୟ ଅଭିଯୁକ୍ତ

ପିପିଲି ପଟ୍ଟନାଇକିଆ ଟ୍ରିପଲ୍‌ ମର୍ଡର ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ। ସେମାନଙ୍କୁ ଗିରଫ କରିଛି ପୁରୀ ପୋଲିସ। ଦୁଇ ଅଭିଯୁକ୍ତ ହେଲେ ମିଟୁ ବେହେରା ଓ ପୁନିଆ ଓରଫ ପ୍ରହ୍ଲାଦ ବେହେରା। ସିସିଟିଭି ଫୁଟେଜରୁ ଏମାନଙ୍କୁ ଚିହ୍ନଟ କରାଯାଇଥିଲା। ଏକ ଜଙ୍ଗଲରୁ ଦୁହିଁଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ସୂଚନା ଆଧାରରେ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା, ଲୁହାରଡ୍‌ କୁ ଜବତ କରାଯାଇଛି। ପୂର୍ବରୁ ହତ୍ୟାକାଣ୍ଡରେ ସଂପୃକ୍ତ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ। ପାରିବାରିରକ ଶତ୍ରୁତାରୁ ଗତ ୧୪ ତାରିଖରେ ସ୍ପଷ୍ଟ ଦିବାଲୋକରେ ପଟ୍ଟନାୟକିଆ ଛକ ସ୍ଥିତ ସରଦେଇପୁର ଗାଁରେ ୩ଜଣଙ୍କୁ ଖଣ୍ଡାରେ ହାଣି ବୀଭତ୍ସ ହତ୍ୟା କରାଯାଇଥିଲା। ମୃତକମାନେ ଗୋଟିଏ ପରିବାରର ତିନି ଭାଇ ଥିଲେ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.