ଆଜି ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍‌ରୁ ଉଡ଼ିବ ବିମାନ, ସରିଛି ସମସ୍ତ ପ୍ରସ୍ତୁତି

ରାଜ୍ୟ ସରକାରଙ୍କ ନିଜସ୍ୱ ଖର୍ଚ୍ଚରେ କାର୍ଯ୍ୟକ୍ଷମ ହୋଇଛି ଗଞ୍ଜାମ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ । ପ୍ରାଥମିକ ପର୍ଯ୍ୟାୟରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରୁ ୧୦ ସିଟ୍‌ ବିଶିଷ୍ଟ ବିମାନ ଉଡ଼ାଣ ଆରମ୍ଭ ହେବ । ସପ୍ତାହକୁ ଦୁଇ ଦିନ ଭୁବନେଶ୍ୱରକୁ ରଙ୍ଗେଇଲୁଣ୍ଡା ବିମାନ ଚଳାଚଳ କରିବ ।

କେନ୍ୟୁଜ୍(ବ୍ୟୁରୋ): ଆଜି ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍‌ରୁ ଉଡ଼ିବ ବିମାନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ରାଜ୍ୟ ସରକାରଙ୍କ ନିଜସ୍ୱ ଖର୍ଚ୍ଚରେ କାର୍ଯ୍ୟକ୍ଷମ ହୋଇଛି ଗଞ୍ଜାମ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ । ପ୍ରାଥମିକ ପର୍ଯ୍ୟାୟରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରୁ ୧୦ ସିଟ୍‌ ବିଶିଷ୍ଟ ବିମାନ ଉଡ଼ାଣ ଆରମ୍ଭ ହେବ ।

ସପ୍ତାହକୁ ଦୁଇ ଦିନ ଭୁବନେଶ୍ୱରକୁ ରଙ୍ଗେଇଲୁଣ୍ଡା ବିମାନ ଚଳାଚଳ କରିବ । ଲୋକଙ୍କ ଚାହିଦା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ବିମାନ ଘାଟିର ଭୂତ୍ତିଭୂମି ବଢ଼ିବା ପରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଅଧିକ ବିମାନ ଚଳାଚଳ ଓ ସିଟ୍‌ ସଂଖ୍ୟା ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like