ରାଜ୍ୟ

ଭଦ୍ରକ: ଅଫିସରମାନେ ଫାଇଲ ଚାଷନକରି ଲୋକଙ୍କ ପାଇଁ କାମ କରନ୍ତୁ, ଯୋଜନା ବୋର୍ଡ ବୈଠକରେ ଅଧକ୍ଷଙ୍କ ପରାମର୍ଶ

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ହେବାର ଦୀର୍ଘ ୨୮ବର୍ଷ ପରେ ପ୍ରଥମ ଥର ପାଇଁ ଜିଲ୍ଲା ଯୋଜନା ବୋର୍ଡ ବୈଠକ ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବିଜୁ ସ୍ମ୍‌ତୀ ଭବନରେ ଅନୁଷ୍ଠିତ ଏହି ବୈଠକରେ ଯୋଜନା ବୋର୍ଡ ଅଧକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଅଧକ୍ଷତା କରିଥିବା ବେଳେ ଭଦ୍ରକ ,  ଭଣ୍ଡାରିପୋଖରୀ , ଧାମନଗର ଓ ବାସୁଦେବପୁର ବିଧାୟକଙ୍କ ସମେତ ଜିଲ୍ଲାର ସାଂସଦ , ଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେର୍ଶକ , ଜିଲ୍ଲାପରିଷଦ ଅଧ୍ୟକ୍ଷ ଯୋଗଦାନ କରିଥିଲେ । ଏହି ଯୋଜନା ବୋର୍ଡ ବୈଠକରେ ଭଦ୍ରକ ଜିଲ୍ଲାର ବିଭିନ୍ନ ବିକାଶ ମୂଳକ କାମ ପାଇଁ ପାଖାପାଖି ୨ହଜାର କୋଟି ଟଙ୍କାର ଯୋଜନା ଅଟକଳ କରାଯାଇଥିଲା । ତେବେ ବୈଠକ ଆରମ୍ଭରେ ଜିଲ୍ଲପାଳ ଏହି ବୈଠକର ଆଭିମୁଖ୍ୟ ବିଷୟରେ ଉପସ୍ଥିତ ୭ଗୋଟି ବ୍ଲକର କାର୍ଯ୍ୟରତ ବିଭିନ୍ନ ବିଭାଗର ଅ୍ରଫିସରମାନଙ୍କୁ ଅବଗତ କରାଇଥିଲେ ।

ଭଦ୍ରକ ଜିଲ୍ଲାକୁ ବିକାଶ କ୍ଷେତ୍ରରେ ଆଗକୁ ନେବାକୁ ହେଲେ ରାଜନେତା ଓ ଅଫିସରଙ୍କ ଭିତରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ହେବ ।  ତାହାସହ ଅଫିସରମାନେ କେବଳ ନେତାଙ୍କୁ ଖୁସି କରିବାକୁ କାମ ନକରି ଲୋକଙ୍କ ପାଇଁ କାମ କରିବାକୁ ଯୋଜନା ବୋର୍ଡ ଅଧ୍ୟକ୍ଷ ସମସ୍ତ ଅଫିସର ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଭଣ୍ଡାରିପୋଖରୀ , ଧାମନଗର ଓ ବାସୁଦେବପୁର ବିଧାୟକ ନିଜ ନିଜ ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ସମସ୍ୟାର କିପରି ସମାଧାନ ହୋଇପାରିବ ଏବଂ କଣ କଣ ବିକାଶ ମୂଳକ କାମ ହୋଇପାରିବ ତା ଉପରେ ଆଲୋଚନା କରିଥିଲେ । ବିଶେଷ କରି ବୈଠକରେ ପାନୀୟଜଳ , ଗମନାଗମନ , ବିଦ୍ୟୁତ ଏବଂ ଅଧା ଖଣ୍ଡିଆ ହୋଇ ପଡିରହିଥିବା ବିଭିନ୍ନ ବ୍ଲକର ବ୍ରିଜ ପ୍ରସଙ୍ଗକୁ ନେଇ ବିଭାଗୀୟ ଅଫିସରମାନଙ୍କୁ ନେତାମାନେ ପ୍ରଶ୍ନବାଣରେ ଘାଇଲା କରିଥିଲେ ।

ତେବେ ପୂର୍ବ ଯୋଜନା ବୋର୍ଡ ବୈଠକରେ ଆଲୋଚନା ହୋଇଥିବା ବିଭିନ୍ନ ପ୍ରସଙ୍ଗ କାର୍ଯଡକାରି କରାଯାଇନଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଥିଲେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ନୁ ଚରଣ ସେଠୀ । ଯଦି ଏପରି ହୁଏ ତେବେ ଆଗାମୀ ଯୋଜନା ବୋର୍ଡ ବୈଠକକୁ ସେ ନଆସାପାରନ୍ତି ବୋଲି ମଧ୍ୟ କହିଥିଲେ । ବୈଠକରେ ଜିଲ୍ଲାର ସମସ୍ତ ବିଭାଗର ଅଫିସରଙ୍କ ସହ ଚାନ୍ଦବାଲି , ତିହିଡି ,ଧାମନଗର ,  ବ୍ଲକର ଅଧ୍ୟକ୍ଷ ଓ ଅଧ୍ୟକ୍ଷା , ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା ଉପସ୍ଥିତ ଥିଲେ ।

 

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago