ଭୁବନେଶ୍ୱର : ରୋଟାରୀ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଶିଖରଚଣ୍ଡୀରେ କୁନି କୁନି ପିଲାଙ୍କୁ ନେଇ ସ୍କେଟାଥନ ଆୟୋଜନ କରାଯାଇଛି। ବାତ୍ୟା ଫନି ପରେ ରାଜଧାନୀରେ ସବୁଜିମା ହଜିଯାଇଥିବା ବେଳେ ପୁଣି ଥରେ ଭୁବନେଶ୍ୱରକୁ ସବୁଜ ସୁନ୍ଦର ସହରରେ ପରିଣତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରୋଟାରୀର ସଦସ୍ୟ। ଶିଖରଚଣ୍ଡୀ ନିକଟରୁ ଏହି ସଚେତନତା ଆରମ୍ଭ ହୋଇଥିଲା। ଛୋଟ ଛୋଟ ଛୁଆମାନେ ସ୍କେଟିଂ ମାଧ୍ୟମରେ ସେଠାରୁ ବାହାରି ରୋଟାରୀ ଯାଏଁ ସ୍କେଟିଂ କରି ଆସିଥିଲେ। ରାସ୍ତା ସାରା ଗଛ ଲଗାଇବା ପାଇଁ ସମସ୍ତଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ବିଏମସି କମିଶନର ସମର୍ଥ ବର୍ମ୍ମା। ଏହି ଅବସରରେ ରୋଟାରୀର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
Prev Post