ଓଡିଶାରେ ଆଉ କେହି କରୋନାରେ ମରିବେ ନାହିଁ ! ମାଗଣାରେ ଆରମ୍ଭ ହେଲା ପ୍ଲାଜମା ଥେରାପୀ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟର ୩ଟି ହସ୍ପିଟାଲରେ ଆଜିଠୁ ଆରମ୍ଭ ହେଲା ପ୍ଲାଜମା ଥେରାପୀ ସେବା । ଭିଡିଓ କନଫରେନ୍ସିଂରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସମ୍‌ ହସ୍ପିଟାଲ, କିମସ ହସ୍ପିଟାଲ ଓ କଟକ ଅଶ୍ୱିନୀ ହସ୍ପିଟାଲରେ ଏହାର ଶୁଭାରମ୍ଭ ହୋଇଛି । ନୋଡାଲ୍‌ ସେଣ୍ଟର ଭାବରେ କାମ କରିବ କଟକ ବଡ଼ ମେଡିକାଲ୍‌ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମାଗଣାରେ ମିଳିବ ପ୍ଲାଜମା ଥେରାପୀ ସେବା । ବର୍ତ୍ତମାନ ଦେଶରେ କରୋନା ଟିକା ପରୀକ୍ଷାମୂଳକ ଅବସ୍ଥାରେ ରହିଛି । ଏଭଳି ସ୍ଥିତିରେ ପ୍ଲାଜମା ଥେରାପୀ କରୋନା ଲଢ଼େଇରେ ପ୍ରଭାବଶାଳୀ ହୋଇ ପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ନବୀନ କହିଛନ୍ତି, ରାଜ୍ୟରେ ଅତ୍ୟାଧୁନିକ ଚିକିତ୍ସା ସୁବିଧାରୁ କାହାକୁ ବଞ୍ଚାତ କରାଯାଇ ପାରିବ ନାହିଁ । ସବୁ ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରି ଜୀବନ ବଞ୍ଚାଇବାକୁ ଆହ୍ଵାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କରୋନା ସଂକ୍ରମଣରୁ ସୁସ୍ଥ ହୋଇସାରିଥିବା ବ୍ୟକ୍ତିଙ୍କ ଶରୀର ବ୍ଲଡରୁ ପ୍ଲାଜମା ବାହାର କରାଯାଇ ସଂକ୍ରମିତଙ୍କୁ ସୁସ୍ଥ କରିବା ପାଇଁ ପ୍ଲାଜମାକୁ ସେମାନଙ୍କ ଶରୀରରେ ଦିଆଯାଇଥାଏ । କୋଭିଡ ୧୯ ସଂକ୍ରମିତଙ୍କ ଶରୀରରେ ଆଣ୍ଟିବଡି ପ୍ରସ୍ତୁତ ହୋଇଥାଏ । ଏହା ଆକ୍ରାନ୍ତଙ୍କୁ ସୁସ୍ଥ କରିବାରେ ସହାୟକ ହୋଇଥାଏ ।

କରୋନା ଯୁଦ୍ଧରେ ପ୍ଲାଜମା ଥେରାପୀ ସବୁଠାରୁ ଭରସାଯୋଗ୍ୟ ଚିକିତ୍ସା ପଦ୍ଧତି ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ସଂକ୍ରମିତଙ୍କ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟିବଡ଼ି ପ୍ରସ୍ତୁତ ହେବା ପରେ ଶରୀରରେ କରୋନା ଭୁତାଣୁ ନିଷ୍କ୍ରିୟ ହୋଇଥାଏ । ଏଭଳି ସ୍ଥଳରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜମା ଜଣେ ସଂକ୍ରମିତଙ୍କୁ ନୂଆ ଜୀବନ ଦେଇଥାଏ ।

ସାର୍ସ-ସିଓଭି(SARS-COV), ଏଚ୧ଏନ୧ (H1N1) ଓ ମର୍ସ- ସିଏଭି (MERS-COV) ଭଳି ବିପଦଜନକ ଭୂତାଣୁ ସଂକ୍ରମିତଙ୍କୁ ସୁସ୍ଥ କରିବାରେ ଏହି ଚିକିତ୍ସା ପଦ୍ଧତି ବ୍ୟବହାର ହୋଇଥାଏ । ଦେଶରେ ଦିଲ୍ଲୀ ଓ ମୁମ୍ବାଇରେ କରୋନା ସଂକ୍ରମିତଙ୍କୁ ପ୍ଲାଜମା ଥେରାପୀ ଦ୍ୱାରା ସୁସ୍ଥ କରାଯାଉଛି । ଏହା ଅନେକ ସୁଫଳ ଦେଇଥିବାରୁ ବର୍ତ୍ତମାନେ ସେଠାର ପ୍ଲାଜମା ବ୍ୟାଙ୍କ ମଧ୍ୟ ପ୍ରସ୍ତୁତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.