ଜୈବିକ ପଦ୍ଧତିରେ ହେବ ପୂଜା ପେଣ୍ଡାଲ୍, ଆଦୌ ବ୍ୟବହାର ହେବନି ପ୍ଲାଷ୍ଟିକ: ବିଏମସିର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର : ଆଉ ଦିନ କେଇଟା ପରେ ଦୁର୍ଗାପୂଜା । ଏଥିପାଇଁ ରାଜ୍ୟର ବିଭିନ୍ନ ପୀଠରେ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଯାଇଥିବାବେଳେ, ମଣ୍ଡପ ଗୁଡିକରେ ପୂଜା ପାଇଁ ଜୋରଦାର ଚାଲିଛି ସାଜସଜ୍ଜା । କମିଟି ଅଧ୍ୟକ୍ଷ ମାନେ ନିଜ ମଣ୍ଡପକୁ ଆକର୍ଷଣୀୟ ଓ ମନୋରମ କରିବାକୁ ବିଭିନ୍ନ ପ୍ରକାର ଢଙ୍ଗରେ ସଜାଇ ଚାଲିଛନ୍ତି ।  ମା’ଙ୍କ ଆଗମନକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଏସବୁ ଭିତରେ ବିଏମସି ପକ୍ଷରୁ ପୂଜାକୁ ନେଇ ଦିଆଯାଇଛି କଡ଼ା ନିର୍ଦ୍ଦେଶ। ଭୁବନେଶ୍ୱରରେ ପୂଜା ପେଣ୍ଡାଲରେ କୌଣସି ପ୍ରକାରର ପ୍ଲାଷ୍ଟିକ ବ୍ୟବହାର ହୋଇପାରିବ ନାହିଁ । ପୂଜା ପେଣ୍ଡାଲରେ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ମନା ।

ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି ଯେ, ସମସ୍ତ ପୂଜା ପେଣ୍ଡାଲ୍‌ ନିକଟରେ ଡଷ୍ଟବିନ୍ ରହିବ । ପ୍ରତ୍ୟେକ ଦିନ ଅଳିଆ ନେବାକୁ ଦୁଇ ଥର ଗାଡ଼ି ଯିବ । ଜୈବିକ ପଦ୍ଧତିରେ ପୂଜା ପେଣ୍ଡାଲ୍ ହେବ । ସମସ୍ତ ମଣ୍ଡପରେ ସୂଚନା କେନ୍ଦ୍ର ପ୍ରତିଷ୍ଠା କରାଯିବ ।  ପୂର୍ବ ଥର ଭଳି ଏଥିର ମଧ୍ୟ ସମସ୍ତ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରାଯିବ ।  ଏହା ସହ ବିସର୍ଜନ ପାଇଁ ୫ଟି ଅସ୍ଥିୟୀ ଜଳାଶୟ ନିର୍ମାଣ କରାଯାଇଛି ବୋଲି ମେୟର ସୂଚନା ଦେଇଛନ୍ତି ।

ପୂଜା ପୂର୍ବରୁ ରାଜଧାନୀର ରାଜରାସ୍ତା ବିପର୍ଯ୍ୟସ୍ଥ ହୋଇପଡ଼ିଛି । ତେବେ ଏଗୁଡ଼ିକର ମରାମତି ଏବେ ଦ୍ରୁତଗତିରେ ଚାଲିଛି ।  ଏହାକୁ ନେଇ ମେୟର କହିଛନ୍ତି ଯେ ପୂଜା ପୂର୍ବରୁ ରାସ୍ତା ମରାମତି ନେଇ ଯେଉଁ ଡେଡ ଲାଇନ୍ ଦିଆଯାଇଥିଲା ପ୍ରବଳ ବର୍ଷା ଓ ପାଗ ଖରାପ କାରଣରୁ ତାହା ହୋଇପାରିନଥିଲା ।  ହେଲେ ପାଗରେ ସୁଧାର ଆସିବା ପରେ ବୁଧବାର ଠାରୁ ଏହି କାମ ଦ୍ରୁତଗତିରେ ଚାଲିଛି ବୋଲି ସୂଚନା ଦେଇଛନ୍ତି ମେୟର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like