କୋରାପୁଟ: ଆଜିଠୁ ଆରମ୍ଭ ହେଉଛି ଡେଙ୍ଗୁ ରୋଗର ପ୍ଲେଟଲେଟ୍‌ ଚିକିତ୍ସା

କୋରାପୁଟ(କେନ୍ଯୁଜ): କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଆଜିଠୁ ଆରମ୍ଭ ହେଉଛି ଡେଙ୍ଗୁ ରୋଗର ପ୍ଲେଟଲେଟ୍‌ ଚିକିତ୍ସା । ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ । ଏହାଦ୍ୱାରା କୋରାପୁଟ ଜିଲ୍ଲା ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ରୋଗୀ ଉପକୃତ ହୋଇପାରିବେ । ପୂର୍ବରୁ ଡେଙ୍ଗୁ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ପଡୋଶୀ ଆନ୍ଧ୍ରର ବିଶାଖାପାଟଣା ଯିବାକୁ ପଡ଼ୁଥିଲା । ଏଣକି ଜିଲ୍ଲାବାସୀଙ୍କୁ ଏହି ସୁବିଧା ଖୁବ ସହଜରେ ଯୋଗାଇ ଦିଆଯିବ ।

କୋରାପୁଟ ଜିଲ୍ଲାରେ ଚଳିତବର୍ଷ ଜାନୁୟାରୀ ମାସ ଠାରୁ ଜୁଲାଇ ମାସ ଶେଷ ସୁଦ୍ଧା ୧୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କୋରାପୁଟରେ ସର୍ବାଧିକ ୧୨ ଜଣ ଥିବାବେଳେ ବନ୍ଧୁଗାଁ ବ୍ଲକର ୩, ଜୟପୁର ବ୍ଲକର ୨ ଓ ଦଶନ୍ତ୍ରପୁର ବ୍ଲକର ଜଣେ ରହିଥିଲେ । ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତବର୍ଷ ୨୦୨୦ରେ ୭୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ସମସ୍ତେ ସୁସ୍ଥ ହୋଇଛନ୍ତି ।

ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ମହିଳା ଓ ପୁରୁଷଙ୍କ ପାଇଁ ୭ଟି ଲେଖାଏଁ ମୋଟ ୧୪ଟି ବେଡର ବ୍ୟବସ୍ଥା ରହିଛି । ଜିଲ୍ଲା ହସପିଟାଲ ଜୟପୁରରେ ୧୦ଟି ବେଡ ଥିବାବେଳେ ୪ଟି ସହରାଞ୍ଚଳ ଓ ୪୮ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ଟି ଲେଖାଏଁ ବେଡର ବ୍ୟବସ୍ଥା କରାଯାଇଥିବା ସିଡିଏମଓ କହିଛନ୍ତି । ଡେଙ୍ଗୁ ଫିଭର, ଡେଙ୍ଗୁ ହିମରେ ଫିଭର ଓ ଡେଙ୍ଗୁ ସକସିମଡ୍ରମ ଭଳି ୩ ପ୍ରକାର ଡେଙ୍ଗୁ ରୋଗ ରହିଛି । ଏଣୁ ସଠିକ ସମୟରେ ରକ୍ତ ପରୀକ୍ଷା କରି ଚିକିତ୍ସା କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.