କବାଡି ମ୍ୟାଚ ଖେଳୁଥିବା ବେଳେ ଖେଳାଳିଙ୍କ ମୃତ୍ୟୁ    

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ ତରବୋଡ ଦୁର୍ଗାପୂଜା କମିଟି ପକ୍ଷରୁ ଚାଲିଥିବା କବାଡି ଖେଳ ପ୍ରତିଯୋଗିତାରେ ଅଘଟଣ । କବାଡି ମ୍ୟାଚ୍ ଖେଳୁଥିବା ବେଳେ ଜଣେ ଖେଳାଳିଙ୍କ ମୃତ୍ୟୁ ଘଟିଛି  l ମୃତ ଖେଳାଳି ଜଣକ ହେଲେ ଛତିଶଗଡ ମହାସମୁନ୍ଦ ଜିଲ୍ଲା ଡୁଡୁମଚୁଆ ଗାଁର ଖଗେଶ୍ୱର ରାଠିଆ  l

ଆଜି ସକାଳେ ମହାସମୁନ୍ଦ ଜିଲ୍ଲା ସୋନିଷ୍ଟାର ପୋଟାପାରା ଟିମ ଏବଂ ନୂଆପଡା ଜିଲ୍ଲା ହାତୀସରା ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଖେଳ ଚାଲିଥିଲା  l ମହାଶମୁନ୍ଦ ଜିଲ୍ଲା ସୋନିଷ୍ଟାର ପୋଟିପରା ଟିମ ପକ୍ଷରୁ ଖଗେଶ୍ୱର ମ୍ୟାଚ ଖେଳୁଥିଲେ  l ଏହି ସମୟରେ ଖଗେଶ୍ୱର ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ ।

ପରେ ଆୟୋଜକ କମିଟି ଓ ଖେଳାଳିମାନେ ତୁରନ୍ତ ଖଗେଶ୍ୱରଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ତରବୋଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ   l  ପରେ   ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତି କରିଥିଲେ  l ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଖଗେଶ୍ୱରଙ୍କ ମୃତ୍ଯୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ  l କୋମନା ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି  l

You might also like