ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ, ସୋମାଲିକା ଆଣିଥିବା ଅଭିଯୋଗର ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ

ଜଗତସିଂହପୁର(କେନ୍ୟୁଜ୍):ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ । ବାନ୍ଧବୀ ସୋମାଲିକା ଦାଶ ଆଣିଥିବା ଅଭିଯୋଗର ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ । ଏନେଇ ଜଗତସିଂହପୁର ଏସପି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛନ୍ତି । ବିଧାୟକ ବିଜୟ ଶଙ୍କର ଏକ ସେକ୍ସ ରାକେଟ ଚଳାଉଥିବା ନେଇ ସୋମାଲିକା ଅଭିଯୋଗ କରିଥିବାରୁ ଏହି ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛନ୍ତି ।

ବିଜୟ ଶଙ୍କର ଦାଶ ଓ ସୋମାଲିକା ଦାଶଙ୍କ ମଧ୍ୟରେ ବିବାଦ ଲାଗିରହିଛି । ବିବାହ କରିବାକୁ ବିଜୟ ଶଙ୍କର ମନା କରିବା ପରେ ଏନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୋମାଲିକା । ପରେ ୧୭ ଜୁନରେ ବିବାହ ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ । ସୋମାଲିକା ଜଗତସିଂହପୁର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ବି ବିଜୟ ଶଙ୍କର ପହଞ୍ଚିନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.