ଆଜି ପ୍ରକାଶ ପାଇବ ଯୁକ୍ତ ତିନି ନାମଲେଖା ପାଇଁ ପ୍ରଥମ କଟ୍ ଅଫ୍ ମାର୍କ

plus threeଭୁବନେଶ୍ବର: ଯୁକ୍ତ ତିନି ନାମଲେଖା ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ଆଜି ପ୍ରକାଶ ପାଇବ। ରାଜ୍ୟର ୯୧୫ଟି ଡିଗ୍ରୀ କଲେଜ, ଶାସ୍ତ୍ରୀ, ସେଲଫ ଫାଇନାନସିଂ ଓ ସ୍ୱୟଂଶାସିତ କଲେଜରେ ନାମଲେଖା ପାଇଁ ଦିନ ୧୧ଟାରେ ବାହାରିବ କଟ୍ ଅଫ୍ ମାର୍କ। ଚଳିତବର୍ଷ ଯୁକ୍ତ ତିନିରେ ଆଡମିଶନ୍ ପାଇଁ ୨ ଲକ୍ଷ ୭୫ ହଜାର ୩୮୪ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିଥିଲେ। ସେଥିମଧ୍ୟରୁ ୨ ଲକ୍ଷ ୧୪ ହଜାର ୮୫୯ ଜଣଙ୍କ ଆବେଦନପତ୍ର ଗ୍ରହଣ କରାଯାଇଛି। ୧୦ ହଜାର ୮୩୬ ଜଣ ଛାତ୍ରଛାତ୍ରୀ ଅନଲାଇନରେ ଫି’ ଦାଖଲ କରିଛନ୍ତି। କଟ୍ ଅଫ୍ ମାର୍କ ପ୍ରକାଶ ପରେ ଜୁଲାଇ ୪ରୁ ୭ ତାରିଖ ମଧ୍ୟରେ ନାମ ଲେଖାହେବ। ଦ୍ୱିତୀୟ ପର୍ୟ୍ୟାୟ କଟଅଫ୍ ମାର୍କ ଆସନ୍ତା ୧୧ ତାରିଖରେ ବାହାରିବ। ଦ୍ୱିତୀୟ ପର୍ୟ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁଲାଇ ୧୨ ଓ ୧୩ ତାରିଖରେ ନାମ ଲେଖାଇବେ। ଜୁଲାଇ ୧୬ ତାରିଖରେ ଯୁକ୍ତ ତିନି ପାଠପଢ଼ା ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.