ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ, ଛାତ୍ରଛାତ୍ରୀମାନେ କେବଳ ଅନଲାଇନରେ କରିପାରିବେ ଆବେଦନ

କେନ୍ୟୁଜ୍: ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା। ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ସେଲ୍ଫ ଫାଇନାନ୍ସିଂ କଲେଜ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ ନାମଲେଖା ହେବ। ଛାତ୍ରଛାତ୍ରୀମାନେ କେବଳ ଅନଲାଇନରେ ଆବେଦନ କରିପାରିବେ। www.samsodisha.gov.inରେ ଆବେଦନ କରିହେବ। ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଜୁନ୍ ୨୬ରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଜୁନ୍ ୨୮ରୁ ଜୁଲାଇ ୨ ତାରିଖ ମଧ୍ୟରେ ନାମ ଲେଖିପାରିବେ। ୮ରେ ଦ୍ୱିତୀୟ ଓ ଜୁଲାଇ ୧୬ରେ ବଳକା ସିଟ୍ ତାଲିକା ପ୍ରକାଶ କରାଯିବ। ୨୮ ତାରିଖ ପର୍ୟ୍ୟନ୍ତ ସ୍ପଟ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଜୁଲାଇ ୨୪ରୁ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ।