ପ୍ରକାଶ ପାଇଲା ଯୁକ୍ତ ୨ କଟ୍ ଅଫ୍ ମାର୍କ: କଳା, ବାଣିଜ୍ୟ ଓ ବିଜ୍ଞାନରେ ଶୀର୍ଷରେ ରେଭେନ୍ସା

ଭୁବନେଶ୍ୱର : ପ୍ରକାଶ ପାଇଲା +୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ । କଳା, ବାଣିଜ୍ୟ ଓ ବିଜ୍ଞାନରେ ଶୀର୍ଷରେ ରେଭେନ୍ସା । ରେଭେନ୍ସାରେ କଳାରେ ୭୫.୧୭%, ବାଣିଜ୍ୟରେ ୭୭% ଓ ବିଜ୍ଞାନରେ ୯୧.୫% ।

ମୋଟ୍ ୪ ଲକ୍ଷ ୭୬ ହଜାର ୯୩ ଜଣ ଆବେଦନ କରିଥିଲେ । ୪ ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାମ ମେଧା ତାଲିକାରେ ଆସିଛି । ବାଦ ପଡିଛନ୍ତି୪୯ ହଜାର ୬୨୧ ଜଣ । କଳାରେ ୨ ଲକ୍ଷ ୭୧ ହଜାର ୪୯୨ ଜଣ, ବିଜ୍ଞାନରେ ୧ ଲକ୍ଷ ୧୭ ହଜାର ୨୭୩ ଜଣ, ବାଣିଜ୍ୟରେ ୨୪ ହଜାର ୩୫୪ ଜଣ, ଉପଶାସ୍ତ୍ରୀରେ ୮ ହଜାର ୩୭୫ ଜଣ, ଧନ୍ଦାମୂଳକରେ ୪ ହଜାର ୯୭୮ ଜଣ ନାମ ଲେଖାଇବା ପାଇଁମନୋନୀତ ହୋଇଛନ୍ତି । ଅଗଷ୍ଟ ୧ରୁଆରମ୍ଭ ହେବ ଯୁକ୍ତ ୨ ପ୍ରଥମ ବର୍ଷ ପାଠପଢା । ଏ ନେଇ DHSE ନିର୍ଦ୍ଦେଶକ ରଘୁରାମ ଆର ଆୟର ସୂଚନା ଦେଇଛନ୍ତି । ସେହିପରି ବିଜେବି କଲେଜରେ କଳା-୭୨.୩୩%, ବାଣିଜ୍ୟ-୭୦% ଓ ବିଜ୍ଞାନ-୮୭% କଟ୍ଅ ଫ୍ ମାର୍କ ରହିଛି।