ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ତାଲିକା, ମେ ୧୮ ରୁ ଜୁନ ୧୨ ଯାଏଁ ଚାଲିବ ପରୀକ୍ଷା

ଭୁବନେଶ୍ୱର(କେ ନ୍ୟୁଜ): ବାହାରିଲା ଯୁକ୍ତ ଦୁଇ ପରୀକ୍ଷା ତାଲିକା | ମେ ୧୮ ରୁ ଆରମ୍ଭ ହୋଇ ଜୁନ ୧୨ ଯାଏଁ ଚାଲିବ | ଏଥର ପ୍ରଥମ ଦିନ ଫିଜିକ୍ସ ପରୀକ୍ଷା ହେବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦଶ | ମେ ୨୮ରୁ ଧନ୍ଦା ମୂଳକ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାଯାଇଛି |

ସୂଚନା ଦେବା ଯୋଗ୍ୟ ଯେ, କୋଭିଡ ପାଇଁ ଚଳିତ ଥର ଯୁକ୍ତ ଦୁଇ ସମେତ ଅନ୍ୟ ସମସ୍ତ ପରୀକ୍ଷାକୁ ଧାର୍ଯ୍ୟ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା | ଫଳରେ ମାର୍ଚ୍ଚ ବଦଳରେ ମେ ମାସରେ ପରୀକ୍ଷା କରାଯିବାକୁ ସ୍ଥିର ହୋଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.